ETV Bharat / state

ରଥ ଖଳାରେ କୁନି କାରିଗର, ଶିଖୁଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ - ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ରଥଯାତ୍ରା ଆସିଲେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ନ୍ତି ରୂପକାର ସେବକ । ସେବାକୁ ବଞ୍ଚାଇ ରଖିବାକୁ ରୂପକାର ସେବକ ମାନେ ନିଜ ଘରର ଛୋଟ ଛୋଟ ପିଲା ମାନଙ୍କୁ ରଥଖଳାକୁ ଆଣି କାଠରେ ବିଭିନ୍ନ ଖୋଦେଇ କାର୍ଯ୍ୟ ଶିଖାଇଥାନ୍ତି । ଅଧିକ ପଢନ୍ତୁ

rupakara sevaka engaged in chariot construction

author img

By

Published : May 8, 2023, 10:15 PM IST

rupakara sevaka engaged in chariot construction

ପୁରୀ: ପୀଢ଼ି ପରେ ପୀଢ଼ି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ରୂପକାର ସେବକ । ରଥଯାତ୍ରା ଆସିଲେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ନ୍ତି ଏହି ରୂପକାର ସେବକ । ତେବେ ସେବାକୁ ବଞ୍ଚାଇ ରଖିବାକୁ ରୂପକାର ସେବକ ମାନେ ନିଜ ଘରର ଛୋଟ ଛୋଟ ପିଲା ମାନଙ୍କୁ ରଥଖଳାକୁ ଆଣି କାଠରେ ବିଭିନ୍ନ ଖୋଦେଇ କାର୍ଯ୍ୟ ଶିଖାଇଥାନ୍ତି। ୫ବର୍ଷ ବୟସରୁ ଛୋଟ ପିଲାଙ୍କୁ ଏହି ଶିକ୍ଷା ଦିଆଯାଏ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଛୋଟ ପିଲାମାନେ ମଧ୍ୟ ମହାପ୍ରଭୁଙ୍କ ଏହି ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇ ସେବା କରୁଥିବାରୁ ନିଜକୁ ଭାଗ୍ୟବାନ ମନେ କରନ୍ତି।

ଖେଳକୁଦ ବୟସରେ ହାତରେ ପାରମ୍ପରିକ ମୁଗୁର, ବଟାଳି, ନିହଣ, କିଆଁଶା ଓ ଖଲ ଧରି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ଏହି କୁନି କୁନି ରୂପକାର ସେବକ ମାନେ। ମାତ୍ର ୫ ବର୍ଷ ବୟସରୁ ଏମାନଙ୍କୁ ରଥଖଳାକୁ ଅଣାଯାଇ କାଠ ଉପରେ କିଭଳି ଖୋଦେଇ କାର୍ଯ୍ୟ କରାଯାଏ ସେନେଇ ପ୍ରଶିକ୍ଷଣ ଦିଆଯାଏ। ଏହି କୁନି ରୂପକାର ସେବକଙ୍କର ବାପା, ଜେଜେବାପା, ଦାଦା ଓ ବଡବାପା ମାନେ ଉପସ୍ଥିତ ରହି ବିଭିନ୍ନ ଖୋଦେଇ କାର୍ଯ୍ୟ କୋଣଗୁଜ, ପଟ୍ଟାଗୁଜ, ସିଂହ ବିରାଳ, ନର ବିରାଳ, ପ୍ରଭା ଆଦି ରଥର ବିଭିନ୍ନ ଅଂଶର ଖୋଦେଇ କାର୍ଯ୍ୟ ନିଜର ପରବର୍ତ୍ତୀ ଦାୟାଦଙ୍କୁ ଶିକ୍ଷା ଦେଉଛନ୍ତି।

ରୂପକାର ସେବକଙ୍କ କହିବାକଥା ସେମାନେ ମଧ୍ୟ ପିଲା ଦିନୁ ଏଭଳି ଶିକ୍ଷା ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ନଉପଜେ ତାହାକୁ ଦୃଷ୍ଟିରେ କୁନି ରୂପକାର ସେବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସେହିପରି କୁନି ରୂପକାର ସେବକ ଓମ୍ ପ୍ରକାଶ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମାତ୍ର ୫ବର୍ଷ ବୟସରେ ରଥଖଳାକୁ ଆସି ରଥରେ ହେଉଥିବା ବିଭିନ୍ନ ଖୋଦେଇ କାର୍ଯ୍ୟର କଳାକୌଶଳ ଶିକ୍ଷା ଗ୍ରହଣ କରିଥିଲେ ।

ମାତ୍ର ୧୧ ବର୍ଷ ବୟସରେ ଅନେକ କିଛି ଶିଖି ସାରିଲେଣି ଓମ୍ ପ୍ରକାଶ। ଭବିଷ୍ୟତରେ ପାଠ ପଢ଼ି ଯେତେ ବଡ ଚାକିରି କଲେ ମଧ୍ୟ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ସେ ସବୁ କାର୍ଯ୍ୟ ଛାଡ଼ି ମହାପ୍ରଭୁଙ୍କ କାର୍ଯ୍ୟରେ ଯୋଗ ଦେବେ । କାରଣ ଏହା ତାଙ୍କ କୂଳର ପରମ୍ପରା । ତେଣୁ ସବୁଦିନ ପାଇଁ ଏହାକୁ ସେ ବଜାୟ ରଖିବେ ବୋଲି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କୁନି ରୂପକାର ସେବକ ଓମ୍ ପ୍ରକାଶ ।

ଏହା ମଧ୍ୟ ପଢନ୍ତୁ-ଅନନ୍ୟ ଝଙ୍କଡ ପୀଠର ଚନ୍ଦନ ଉତ୍ସବ, ଅକ୍ଷୟ ତୃତୀୟାରୁ 21 ଦିନ ଧରି ଚାପ ଖେଳନ୍ତି ମା' ଶାରଳା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ ବିଚିତ୍ର । ବିଶ୍ବାସ ରହିଛି ମହାପ୍ରଭୁ ନିଜେ ରଥ ନିର୍ମାଣକାରୀ ସେବକଙ୍କ ମାଧ୍ୟମରେ ନିଜର ତିନି ରଥ ନିର୍ମାଣ କରିଥାନ୍ତି । ରଥ ନିର୍ମାଣ କାର୍ଯ୍ୟର କଳାକୌଶଳ ବିଷୟରେ ଶିଖିବା ଅତ୍ୟନ୍ତ କଠିନ କାର୍ଯ୍ୟ । କିନ୍ତୁ ଏହି କୁନି ରୂପକାର ସେବକମାନଙ୍କୁ ଦେଖିଲେ ପ୍ରମାଣିତ ହୋଇଛି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଏହି ରଥ ନିର୍ମାଣର ଏହି କଠିନ କାର୍ଯ୍ୟ ଅତି ସହଜରେ ହୋଇପାରୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.