ପୁରୀ: ପିପିଲିରୁ ପ୍ରାର୍ଥୀ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର ମହାରଥୀ । ପିପିଲିରୁ ବିଜେଡି ପ୍ରାର୍ଥୀ ହେବାପରେ ରୁଦ୍ର ମହାରଥୀ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ରୁଦ୍ର ନିଜ ପତ୍ନୀଙ୍କ ସହ ଆସି ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପ ଜାଳି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଥିଲେ।
ପିତାଙ୍କ ଦେହାନ୍ତ ପରେ ଶ୍ରାଦ୍ଧ ବାର୍ଷିକୀ ଯାଇ ନ ଥିବା ହେତୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ରୁଦ୍ର ଯାଇ ନଥିଲେ। ପିପିଲି ନିର୍ବାଚନ ତାଙ୍କର ବିଜୟ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ପ୍ରକାଶଥାଉକି, ଆଜି ରୁଦ୍ର ନବୀନ ନିବାସ ନିଜ ପରିବାର ସହ ଯାଇଥିଲେ । ସାଥିରେ ଉଭଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ