ETV Bharat / state

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୁରୀ ପୋଲିସ, ଲକ୍ଷାଧିକ ଟଙ୍କାର ସୁନା ରୂପା ଜବତ - puri latest news

ଡେଲାଙ୍ଗ ପୋଲିସକୁ ମିଳିଲା ବଡ ସଫଳତା। ଏକ ବଡ଼ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମେତ 5 ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ରୂପା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ, ଲକ୍ଷାଧିକ ଟଙ୍କାର ସୁନା ରୂପା ଜବତ

author img

By

Published : Jul 23, 2020, 8:48 PM IST

ପୁରୀ: ଡେଲାଙ୍ଗ ପୋଲିସକୁ ମିଳିଲା ବଡ ସଫଳତା। ଏକ ବଡ଼ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମେତ 5 ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ରୂପା ଜବତ କରିଛି ପୋଲିସ । ଏନେଇ ପୁରୀ ଏସପି ଅଖିଲେଶ୍ବର ସିଂ ଏକ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି।

ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ, ଲକ୍ଷାଧିକ ଟଙ୍କାର ସୁନା ରୂପା ଜବତ

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାହାଜାନି କରିବା ସହିତ ଘରେ ପଶି ଲୁଟ କରି ଖସି ପଳାଉଥିବା ଅଭିଯୁକ୍ତଙ୍କୁ ମାଷ୍ଟର ମାଇଣ୍ଡ ସହିତ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଏମାନଙ୍କ ଠାରୁ 1 କେଜି.846 ଗ୍ରାମର ସୁନା ଅଳଙ୍କାର ସହିତ ସୁନା ବିସ୍କୁଟ,3କେଜି 557 ଗ୍ରାମ ରୂପା ଅଳଙ୍କାର, ନଗଦ 3ଲକ୍ଷ 25 ହଜାର ଟଙ୍କା ଜବତ କରାଯାଇଛି । ଡକାୟତିରେ ବ୍ୟବହୃତ ବାଇକ, 5ଟି ମୋବାଇଲ ଫୋନ ସହିତ 5 ଜଣଙ୍କୁ ଗିରଫ କରିଛି ଡେଲାଙ୍ଗ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଜାମୁକୋଳି ଖୋର୍ଦ୍ଦାର ରମେଶ ଓରଫ ଲକ୍ଷଣ ଦାସ , ଡେଲାଙ୍ଗର ସୁର ଦାସ, ବାପି ଦାସ, ପ୍ରଭାକର ଦାସ ସହିତ ପୁରୀ କୁମ୍ଭାରପଡା ପି. ଶିବାନି ଆଚରିୟାକୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ମାନେ ବିଭିନ୍ନ ଅଞ୍ଚଳରେ ଡକାୟତି କରି ପି .ଶିବାନିଙ୍କ ମାଧ୍ୟମରେ ବିକ୍ରି କରୁଥୁଲେ । ଏହି ଘଟଣା ସମ୍ପର୍କରେ ଜଣାପଡିବ ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ପୋଲିସ ପିପିଲି ଏସଡିପିଓ ଓ ଡେଲାଙ୍ଗ ଆଇଆଇସି ମିଳିତ ଚଢାଉ କରି ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ସହ ଆଉ 3 ସହଯୋଗୀ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ଵରୁ 10 ଗୋଟି ମାମଲା ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଥାନାରେ ରହିଛି । କେଉଁ ଥାନାରେ ଏମାନଙ୍କ ନାମରେ ମାମଲା ରହିଛି ତାହାର ଅନୁଧ୍ୟାନ କରୁଛି ପୋଲିସ । ଆଗାମୀ ଦିନରେ ପୁରୀ ଜିଲ୍ଲାରେ ଅପରାଧିଙ୍କୁ ଧରପଗଡ କରିବା ପାଇଁ ପୁରୀ ପୋଲିସ ଉଦ୍ୟମ ଜାରି ରଖିବ ବୋଲି ପୁରୀ ଏସପି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.