ETV Bharat / state

ଅଭେଦ୍ୟ ଜୈବ ସୁରକ୍ଷା ବଳୟରେ ହେବ ରଥ କାମ

ଅକ୍ଷୟ ତୃତୀୟା ଦିନ ରଥ କାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ କୋରୋନା ସଂକ୍ରମଣ ମଧ୍ୟରେ ନିର୍ମାଣ କାର୍ଯ୍ୟ କିପରି ସୁରୁଖୁରରେ ହେବ, ସେନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : May 20, 2021, 6:16 PM IST

Updated : May 20, 2021, 11:04 PM IST

ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରଥ ନିର୍ମାଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ 3 ରଥର ମୁଖ୍ୟ ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, କମାର ସେବାୟତଙ୍କ ସହ ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶୃତିବଦ୍ଧ । ନିୟମାବଳୀ ଅନୁଯାୟୀ ସବୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଉଛି । ନେଗେଟିଭ ଥିବା ସେବାୟତ ରଥ କାମରେ ନିୟୋଜିତ ହେବେ ।

ତେବେ ଏପର୍ଯ୍ୟନ୍ତ ୮ ଜଣ ସଂକ୍ରମିତ ସେବାୟତଙ୍କୁ ଚିକିତ୍ସା କରାଯାଉଛି । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ N 95 ମାସ୍କ ଦିଆଯିବ । ରଥଖଳା ମଧ୍ୟରେ ପ୍ରବେଶ ଉପରେ କରାଯିବ କଟକଣା। ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା କରିବା ସହ ଗଣମାଧ୍ୟମକୁ ସୂଚନା ଦେବେ । ଏନେଇ ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 20, 2021, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.