ETV Bharat / state

ଚିଲିକା ପର୍ଯ୍ୟଟନ ଶିଳ୍ପ ବିକାଶ ନିମନ୍ତେ ସମୀକ୍ଷା ବୈଠକ

author img

By

Published : Oct 29, 2020, 9:42 PM IST

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଯେପରି ଭଲ ଅନୁଭୂତି ନେଇ ଫେରିବେ ଏଥିନିମନ୍ତେ ପୁରୀ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାପାଳ ବଲ‍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚିଲିକା ପର୍ଯ୍ୟଟନ ଶିଳ୍ପ ବିକାଶ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ଜିଲ୍ଲାରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଯେପରି ଭଲ ଅନୁଭୂତି ନେଇ ଫେରିବେ ଏଥିନିମନ୍ତେ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏ ସମ୍ପର୍କିତ ଜିଲ୍ଲାପାଳ ବଲ‍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ବିଭିନ୍ନ ମୋଟର ଡଙ୍ଗା ମାଲିକ ସଂଘକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ଡଙ୍ଗା ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ କରିବା ଉପରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ସେହିପରି ଡଙ୍ଗାରେ ପ୍ରତ୍ୟେକ ଲାଇଫ୍ ଜ୍ୟାକେଟ ପରିଧାନ ଓ ପର୍ଯ୍ୟଟକ ଅନଲାଇନ ମାଧ୍ୟମରେ ଡଙ୍ଗା ବୁକିଂ ଓ ଦେୟ ପୈଠ କରିବାକୁ ବଧ୍ୟତାମୂଳକ କରାଯିବ । ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ମୋବାଇଲ ଆପ୍ ପ୍ରଚଳନ କରିବେ । ସଂପୃକ୍ତ ଡଙ୍ଗା ମାଲିକ ଓ ଅଂଶୀଦାରମାନଙ୍କ ମତାମତ ନିଆଯାଇ ମୋବାଇଲ ଆପ୍ ବିକଶିତ କରାଯିବ । ଏହାଦ୍ବାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ । ଡଙ୍ଗାରେ ବିଭିନ୍ନ ସ୍ଥାନକୁ ବୁଲିବା ଦର ତାଲିକା ପ୍ରଦର୍ଶିତ କରାଯିବ ଓ ନକଲି ମୋତି କାରବାର କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆବଶ୍ୟକସ୍ଥଳେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇଦେଲେ ପର୍ଯ୍ୟଟନ ଶିଳ୍ପ ବିକାଶ ହେବ ବୋଲି ସେ କହିଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଏବଂ ବିଭିନ୍ନ ଡଙ୍ଗାମାଲିକ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.