ETV Bharat / state

କୋରୋନା ବଢାଇଲା ଦୂରତା: ଏପ୍ରିଲ 14 ଯାଏଁ ମହାପ୍ରଭୁଙ୍କ ଦର୍ଶନରେ କଟକଣା

author img

By

Published : Apr 1, 2020, 8:59 PM IST

ପୂର୍ବରୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ 20ରୁ ଏପ୍ରିଲ 1 ଯାଏଁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ନେଇ ଘୋଷଣା କରିଥିଲେ । ତେବେ ସାରା ଦେଶରେ ଏବେ ଲକଡାଉନ ପ୍ରକ୍ରିୟା ଚାଲିଥିବାବେଳେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।

କୋରୋନା ବଢାଇଲା ଦୂରତା: ଏପ୍ରିଲ 14 ଯାଏଁ ମହାପ୍ରଭୁଙ୍କ ଦର୍ଶନରେ କଟକଣା
କୋରୋନା ବଢାଇଲା ଦୂରତା: ଏପ୍ରିଲ 14 ଯାଏଁ ମହାପ୍ରଭୁଙ୍କ ଦର୍ଶନରେ କଟକଣା

ପୁରୀ: କୋରୋନା ଯୋଗୁଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବଢିଛି ଦୂରତା । ଲକଡାଉନ ନସରିବା ଯାଏଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଏପ୍ରିଲ 14 ଯାଏଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ଉପରେ ଲାଗିଛି କଟକଣା ।

ପୂର୍ବରୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ 20ରୁ ଏପ୍ରିଲ 1 ଯାଏଁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ନେଇ ଘୋଷଣା କରିଥିଲେ । ତେବେ ସାରା ଦେଶରେ ଏବେ ଲକଡାଉନ ପ୍ରକ୍ରିୟା ଚାଲିଥିବାବେଳେ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଶ୍ରୀମନ୍ଦିରରେ ଦର୍ଶନ କଟକଣା ବଢାଇ ଦେଇଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସବୁ ଦିନ ଭଳି ଚାଲୁ ରହିଛି । ମହାପ୍ରଭୁଙ୍କ ସେବାୟତ ଥିବା ପାଳିଆ ସେବକଙ୍କୁ କେଵଳ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ରହିଛି । ପ୍ରତିଟି ସେବକଙ୍କୁ ସ୍କ୍ରିନିଂ କରାଯାଇ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦିଆଯାଉଛି ।

ସେହିପରି ଭକ୍ତଙ୍କ ଦର୍ଶନ ବନ୍ଦ ଥିବାରୁ ମହାପ୍ରଭୁଙ୍କ କେଵଳ କୋଠ ଭୋଗ ପ୍ରତିଦିନ ପ୍ରସ୍ତୁତ କରାଯାଇ ଲାଗି ହେଉଛି । ଆନନ୍ଦ ବଜ଼ାର ମଧ୍ୟ ବନ୍ଦ ରହିଛି । ଭକ୍ତ ଓ ସେବାୟତଙ୍କ ସୁରକ୍ଷାକୁ ଦେଖି ଏହି ଦର୍ଶନ କଟକଣା ଭକ୍ତଙ୍କ ପାଇଁ କରାଯାଇଥିବା ସରକାର ପୂର୍ବରୁ ଘୋଷଣା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.