ETV Bharat / state

ସରିଲା ନିର୍ବାଚନ ପର୍ବ, ଏବେ ପୁନରୁଦ୍ଧାର କାର୍ଯ୍ୟରେ ଫୋକସ - collector

ଫନି ପରେ 21 ଦିନ ବିତିଥିଲେ ମଧ୍ୟ ପୁରୀରେ ସ୍ୱଭାବିକ ହୋଇପାରି ନାହିଁ । ତେବେ ନିର୍ବାଚନ ସରିବା ପରେ ବର୍ତ୍ତମାନ ସ୍ଥିତିକୁ ସ୍ବଭାବିକ କରିବାରେ ଲାଗିଛନ୍ତି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 25, 2019, 5:41 AM IST

ପୁରୀ: ବାତ୍ୟା ଫନିର 21 ଦିନ ପରେ ମଧ୍ୟ ପୁରୀର ସ୍ଥିତି ସ୍ୱଭାବିକ ହୋଇପାରିନାହିଁ । ନା ଅଛି ବିଦ୍ୟୁତ, ନା ଚାଲୁଛି ଟେଲିଫୋନ, ନା ଏଟିଏମ, ନା ପାନୀୟ ଜଳ ସୁବିଧା ମିଳିଛି । ସବୁ କିଛି ଅବ୍ୟବସ୍ଥା ଦେଇ ଗତି କରୁଛି । ଏବେବି ବିଭିନ୍ନ ଜାଗାରେ ଜଳ ସଙ୍କଟ ଦେଖାଦେଉଛି । କୂଅ, ପୋଖରୀ, ନଈ ନାଳରେ ଜଳ ଦୂଷିତ ହୋଇ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଏନେଇ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ପୁରୀ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ନନ ରାସନ କାର୍ଡ ହୋଲଡରଙ୍କ ଲିଷ୍ଟ ପ୍ରସ୍ତୁତି ସରିଛି । ଦିନେ ଦୁଇଦିନ ମଧ୍ୟରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ରିଲିଫ ବଣ୍ଟାଯିବା ସହ ଅନ୍ୟାନ୍ୟ ମୌଳିକ ଅସୁବିଧାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ବିଦ୍ୟୁତ ବ୍ୟବସ୍ଥା ତ୍ୱରିତ ବେଗରେ ଚାଲିଥିବା ବେଳେ ଆଉ ଅଳ୍ପ ଦିନ ଭିତରେ ପୁରୀ ସହରରେ ବିଦ୍ୟୁତ ବ୍ୟବସ୍ଥା ସ୍ୱଭାବିକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ବାତ୍ୟା ପରେ ବିଭିନ୍ନ ସମସ୍ୟା ଧୀରେ ଧୀରେ ସୁଧୁରୁଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.