ETV Bharat / state

18 ବର୍ଷ ପରେ ଗୋଡରୁ ଫିଟିଲା ଶିକୁଳି

author img

By

Published : Sep 26, 2020, 10:54 PM IST

ଦୀର୍ଘ 18 ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ଜୀବନରୁ ମୁକୁଳିଲେ ରାମ ଚନ୍ଦ୍ର ରାଉତ । ତାଙ୍କୁ ଚିକିତ୍ସା ପାଇଁ ଏହି ଯନ୍ତ୍ରଣାରୁ ମୁକୁଳାଇଛି ପୁରୀର ଏକ ସ୍ବେଚ୍ଛାସେବୀ ସଙ୍ଗଠନ । ସେପେଟେ ତାଙ୍କ ବୃଦ୍ଧା ମା ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ରହି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଅଧିକ ପଢନ୍ତୁ...

18 ବର୍ଷ  ଶିଙ୍କୁଳିରେ ବନ୍ଧା ମାନସିକ ବିକାରଗ୍ରସ୍ତ ପୁଅ , ସରକାରୀ ଯୋଜନାରୁ ବଞ୍ଚିତ ମା’

ପୁରୀ: ପୁଅଟିଏ ଜନ୍ମ ପରେ ପ୍ରତ୍ୟେକ ମା ଖୁସି ହୋଇଥାନ୍ତି । ସେ ଘର ଚଳାଇବା ସହ ବୟସ୍କ ତଥା ଜୀବନ ର ଶେଷ ସମୟରେ ସାହାରା ସାଜିବ । ହେଲେ ପୁରୀ ପର୍ବତୀପୁର ପାଇକସାହିର ମଣ୍ଡି ରାଉତଙ୍କ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ପୁଅ ମାନସିକ ବିକାରଗ୍ରସ୍ତ ଯୋଗୁଁ ଦୀର୍ଘ 18 ବର୍ଷ ହେବ ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି । ତେବେ ଏହି ଘଟଣା ଜଣା ପଡିବା ପରେ କିଛି ସ୍ବେଚ୍ଛାସେବୀ ତାଙ୍କ ପୁଅ କୁ ଚିକିତ୍ସା ପାଇଁ ଉଦ୍ଧାର କରିଛନ୍ତି । ଏହି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି ।

ମାନସିକ ଭାରସାମ୍ୟ ହରାଇଥିବା ରାମ ଚନ୍ଦ୍ର ଲୋକଙ୍କୁ ମାଡ଼ ପିଟ କରିବା ସହ ଆକ୍ରମଣ କରୁଥିଲେ । ଏଥିଯୋଗୁଁ ତାଙ୍କ ମା ତାଙ୍କୁ ଏଭଳି ଲୁହା ଶିକୁଳିରେ ଦୀର୍ଘ 18 ବର୍ଷ ଧରି ତାଲା ପକାଇ ରଖିଛନ୍ତି । ତେବେ ସବୁଠୁ ଦୁଃଖ ର ବିଷୟ ହେଉଛି ରାମଚନ୍ଦ୍ର ଙ୍କ ମା’ ଅତ୍ୟନ୍ତ ଗରିବ ହୋଇ ଥିବାବେଳେ ଶ୍ରୀମନ୍ଦିର ପାଖରେ ନିର୍ମାଲ୍ୟ ବିକ୍ରି ଯାହା କିଛି ଅଳ୍ପ ରୋଜଗାର ହୁଏ କରି ଘର ଚଳାନ୍ତି । ହେଲେ ଲକଡାଉନ ଯୋଗୁଁ ଜୀବନ ଦୁର୍ବିସହ ହୋଇଥିଲା ବେଳେ ମାନସିକ ବିକାର ଗ୍ରସ୍ତ ପୁଅ ଚିକିତ୍ସା ବି ସମମ୍ଭ ହେଉନି । ସ୍ଥାନୀୟ ଲୋକ ଯାହା କିଛି ସାହାଯ୍ୟ ଦିଅନ୍ତି ସେଥିରେ ଅତି ଦୟନୀୟ ଭାବେ ତାଙ୍କ ପରିବାର ଚଳେ ।

ରାମଚନ୍ଦ୍ର ଯେତେବେଳେ 12 ବର୍ଷ ହୋଇଥିଲା ସେତେବେଳେ ତାଙ୍କର ମାନସିକ ସ୍ଥିତି ବିକାରଗ୍ରସ୍ତ ଥିଲା । ହେଲେ ସ୍ବଳ୍ପ ରୋଜଗାର ହେତୁ ତାଙ୍କ ମା ଚିକିତ୍ସା କରାଇ ପାରି ନଥିଲେ । ପରବର୍ତ୍ତୀ ସ୍ଥିତିରେ ଏହା ଆହୁରୀ ବଢିଥିଲା ବେଳେ ରାମଚନ୍ଦ୍ର ଲୋକଙ୍କୁ ଆଘାତ ଦେଉଥିଲେ । ଏଣୁ ସ୍ଥିତି ନିୟନ୍ତ୍ରିତ ହୋଇନଥିବାରୁ ତାଙ୍କୁ ଲୁହା ଶିଙ୍କୁଳିରେ ବନ୍ଧା ଯାଇଥିଲା । ଏନେଇ ପୁରୀର ସ୍ବେଚ୍ଛାସେବୀ ସଂଗଠନ ‘ହୋପ ଫର ଲାଇଫ’ ଜାଣିବା ପରେ ଜିଲ୍ଲା ପ୍ରଶାସନ ସହିତ ମିଶି ଶିକୁଳି ରେ ବନ୍ଧା ଥିବା ରାମଚନ୍ଦ୍ର ଙ୍କୁ ଉଦ୍ଧାର କରିଛି ।

ପୁରୀ ଜିଲ୍ଲାର କଣାସ ରେ ଥିବା ଜିଲ୍ଲା ପ୍ରଶାସନର ନୀଳାଚଳ ସେବା ପ୍ରତିଷ୍ଠାନକୁ ତାଙ୍କୁ ନିଆଯାଇଛି । ସେଠାରେ ରାମଚନ୍ଦ୍ରଙ୍କୁ ରଖାଯାଇ ଯତ୍ନ ନିଆଯିବା ସହ କିଭଳି ରାମଚନ୍ଦ୍ର ଙ୍କ ଚିକିତ୍ସା ହୋଇ ପାରିବ ସେ ନେଇ ବ୍ୟବସ୍ଥା ହେବ । ସେପଟେ ରାମଚନ୍ଦ୍ରଙ୍କ ମା‘ଙ୍କ ନାଁ ବାର୍ଦ୍ଧକ୍ୟ ଭତ୍ତା ନା ରହିଛି ରାସନ କାର୍ଡ ରହିଛି । ଏପରିକି ଘର ଖଣ୍ଡିଏ ମଧ୍ୟ ନାହିଁ । ପର୍ବତୀ ପୁର ବାସିନ୍ଦା ଗ୍ରାମର ଥିବା ମନ୍ଦିରର ଏକ ଗୃହ ରେ ତାଙ୍କୁ ରହିବା ପାଇଁ ସ୍ଥାନ ଦେଇଛନ୍ତି । ଯାହାକି ରହିବା ଯୋଗ୍ୟ ନୁହେଁ । ଏଣୁ ଜିଲ୍ଲା ପ୍ରଶାସନ ରାମଚନ୍ଦ୍ରଙ୍କ ମାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ କରି ତାଙ୍କର ଜିବନ ଜୀବିକା କିଭଳି ସ୍ବାଭାବିକ ହେବ ସେ ବ୍ୟବସ୍ଥା କରିବକୁ ସ୍ବେଚ୍ଛାସେବୀ ଦାବି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.