ପୁରୀ: ପେଣ୍ଠକଟା କନକଦୂର୍ଗା ସାହିରେ ଅଘଟଣ । ମାଛଧରା ଡଙ୍ଗା କାରଖାନାରେ ବୋମା ବିସ୍ଫୋରଣ । ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ବେଳେ ଏକ ବୁଲା କୁକୁରର ଶରୀର ଖଣ୍ଡଖଣ୍ଡ ହୋଇ ରାସ୍ତାରେ ପଡ଼ି ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ, କହିଲେ କୁଚକ୍ରୀଙ୍କ ହୀନ ମାନସିକତା
ସୂଚନା ଅନୁଯାୟୀ, ପୁରୀ ପେଣ୍ଠକଟା କନକଦୂର୍ଗା ସାହିରେ ଦିନ ୧୦ଟା ବେଳକୁ ଏକ ବଡ଼ ଶବ୍ଦ ଶୁଭିଥିଲା । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଗଲା ଲୋକେ ଆସି ବାହାରକୁ ଦେଖିବା ବେଳକୁ ଏକ କୁକୁରର ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । କନକଦୂର୍ଗା ସାହିରେ ସ୍ଥାନୀୟ ଜୈନେକ ବ୍ୟକ୍ତିଙ୍କ ଏକ ବୋଟ ନିର୍ମାଣ କାରଖାନା ରହିଛି । ଏହି କାରଖାନା ଭିତରେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜନବସତି ଅଞ୍ଚଳରେ କିଏ ଓ କାହିଁକି ଏଭଳି କାର୍ଯ୍ୟକଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।
ଏହା ମଧ୍ୟ ପଢ଼ନ୍ତୁ: ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଶ୍ରମିକ ଆହତ
ଏହା ମଧ୍ୟ ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରକୁ ବୋମାମାଡ, ତଦନ୍ତ ଆରମ୍ଭ
ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, "ବିସ୍ଫୋରଣ କଣ ପାଇଁ ଘଟିଲା ଏବଂ ତାହା କେଉଁ ଜିନିଷ ଥିଲା ସେନେଇ ତଦନ୍ତ ଚାଲିଛି । ବିସ୍ଫୋରଣ ସ୍ଥଳକୁ ପୋଲିସ ସିଲ କରିଦେଇଛି । ସାଇଣ୍ଟଫିକ ଟିମ ଆସି ଯାଞ୍ଚ କରୁଛି ।" ଖୁବଶୀଘ୍ର ବିସ୍ଫୋରଣ ପଛର କାରଣ ଜଣାପଡିବ ବୋଲି ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି ।
ତେବେ ସମୁଦ୍ରକୂଳରେ ଥିବା ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବିସ୍ଫୋରଣ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହା ପଛରେ କିଛି ଅପରାଧିକ ବ୍ୟକ୍ତିଙ୍କ ଭୂମିକା ରହିଥିବା ଲୋକ ମାନେ ସନ୍ଦେହ କରୁଛନ୍ତି । ପୁରୀ ସହର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସବୁବେଳେ ଚେତାଇ ଆସିଛନ୍ତି । ଏଣୁ ଏହି ବିସ୍ଫୋରଣ ପଛର କାରଣ ନେଇ ପୁରୀ ପୋଲିସ ତନାଘନା ଆରମ୍ଭ କରିଛି ।
ଇଟିଭି ଭାରତ, ପୁରୀ