ETV Bharat / state

ଅନ୍ତିମ ପର୍ଯାୟରେ ରଥ ନିର୍ମାଣ - puri

ମହାବାହୁଙ୍କ ଘୋଷଯାତ୍ରାକୁ ହାତରେ ଆଉ କେଇଟି ଦିନ । କୋଭିଡ ଯୋଗୁଁ ରଥ ଯାତ୍ରା ଆଶା ଆଶଙ୍କା ଭିତରେ ଥିବା ସ୍ବତେ ଶେଷ ପର୍ଯ୍ୟାୟରେ ପହଁଚିଛି ରଥଛ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ..

ratha-construction-in-the-final-stages
ratha-construction-in-the-final-stages
author img

By

Published : Jun 16, 2020, 8:04 PM IST

ପୁରୀ: ଜୁନ 23ରେ ଘୋଷ ଯାତ୍ରା। ତେବେ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ । ଆଉ 2 ଦିନ ଭିତରେ ରଥ ନିର୍ମାଣ ର ଅବଶିଷ୍ଟ କାର୍ଯ୍ୟ ଶେଷ ହେବ। ତେବେ ଆଜି ତିନି ରଥର କଳସ ଲାଗିବା ସହ ଶୁଆ ବି ଲାଗିଛି। ସେହିପରି ତିନି ରଥର ସିଂହାସନ କାର୍ଯ୍ୟ ଚାଲିଛି। ପ୍ରଭା କାର୍ଯ୍ୟ ମଧ୍ୟ ରୂପକାର ସେବକମାନେ ଆଗେଇ ନେଉଛନ୍ତି। ପାର୍ଶ୍ଵ ଦେବାଦେବୀଙ୍କ ରଙ୍ଗ ସରିଛି ।

ଅନ୍ତିମ ପର୍ଯାୟରେ ରଥ ନିର୍ମାଣ

ସେହିପରି ଘୋଡାର ମରାମତି ସହ ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଆଉ ଅଳ୍ପ କିଛି ଛୋଟ କାର୍ଯ୍ୟ ରଥର ବାକି ଥିବା ବେଳେ ରଥର କେଵଳ କପଡା ପଡିବା କାର୍ଯ୍ୟ ବାକି ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଲକ ଡାଉନ ଯୋଗୁ ଆରମ୍ଭ ହୋଇ ପାରି ନ ଥିଲା । 12 ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଲକ ଡାଉନ ଉଥିବା ପରେ ଆରମ୍ଭ ହୋଇଥିଲା।

ରଥ ନିର୍ମାଣ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱକର୍ମା ସେବକମାନେ ଏବଂ ଅନ୍ୟ ସେବକମାନେ ରଥ ନିର୍ମାଣରେ ଅଧିକ ସମୟ ଦେଇ ଯଥେଷ୍ଟ ପୂର୍ବରୁ ରଥ କାର୍ଯ୍ୟ ସାରିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.