ETV Bharat / state

ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି

author img

By

Published : Jun 2, 2021, 8:17 PM IST

ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି । ଏନେଇ ସମସ୍ତ ପ୍ରସ୍ତୁତି ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ...

Ratha chaka akha dera, rituals for ratha jatra, puri ratha jatra, ଶ୍ରୀମନ୍ଦିର ପ୍ରଶାସନ,  ଶ୍ରୀକ୍ଷେତ୍ର ଭଉଁରୀ, ଚକ ଅଖ ଡେରା ନୀତି
ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି

ପୁରୀ: କୋଭିଡ କଟକଣା ଓ ଲକଡାଉନ ସତ୍ତ୍ବେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ରହିଛି ରଥନିର୍ମାଣ କାର୍ଯ୍ୟ। ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ପରମ୍ପରା ଅନୁଯାୟୀ ରଥ ଚକ ଅଖ ଡେରା ନୀତି ସମ୍ପନ୍ନ କରାଯିବ। ସେଥିପାଇଁ ପ୍ରତ୍ୟକ ରଥର ଅଖ ନିର୍ମାଣ ସରିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଚକ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଘୋଷଯାତ୍ରା ପାଇଁ ଆବଶ୍ୟକ ସମସ୍ତ ୨୦ ଟି ଦଉଡି ମଧ୍ୟ ପୁରୀରେ ପହଞ୍ଚି ସାରିଛି।

ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି

ରାଜ୍ୟ ସମବାୟ କତା ନିଗମ ପକ୍ଷରୁ ୧୪ ଟି ରଥ ଦଉଡି ଓ ୬ ଟି କର୍ଡନ ଦଉଡି ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଗୁରୁବାର ରଥନିର୍ମାଣ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏହି ପ୍ରଶାସନିକ ଅଧିକାରୀ ମାନେ ରଥଖଳା ବୁଲି ଦେଖିବା ସହ ଗୁରୁବାର ଭଉଁରୀ ଥିବାରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଭଉଁରୀ ଅବସରରେ ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ । ଏହି ସମୟରେ ସମୁଦାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ରଥନିର୍ମାଣ ପାଇଁ ମୋଟ ୧୮୦ ଜଣ ବିଭିନ୍ନ ବର୍ଗର ସେବାୟତ ନିୟୋଜିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ପୂର୍ବରୁ ୨୬ ଜଣ ସେବାୟତ କୋରୋନା ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସୁସ୍ଥ ହୋଇଥିବାରୁ ରଥନିର୍ମାଣ ନେଇ ଉତ୍ସାହ ପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.