ପୁରୀ: କୋରୋନା କଟକଣା ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେଉଛି । ବ୍ରାହ୍ମ ମୂହୁର୍ତ୍ତରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସମସ୍ତ ରୀତିନୀତି । ପହଣ୍ଡି ବିଜେ ପରେ ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ଆରମ୍ଭ ହୋଇଛି ଛେରାପହଁରା ନୀତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି । ଏପରିସ୍ଥଳେ ମହାରାଜ ସମ୍ପୂର୍ଣ୍ଣ ଭାବେ କୋରୋନା ପ୍ରତିକାର ସ୍ବରୁପ ହାତକୁ ସାନିଟାଇଜ ଓ ମୁହଁରେ ମାସ୍କ ପିନ୍ଧି ଛେରାପହଁରା ନୀତି ସମ୍ପନ୍ନ କରିବାକୁ ପହଞ୍ଚିଥିଲେ ।
ଗଜପତି ବାରମ୍ବାର ହାତକୁ ସାନିଟାଇଜ ସହ ମୁହଁରେ ମାସ୍କ ଲଗାଇ ତାମଜାନରେ ଶ୍ରୀନଅରରୁ ବାହାରିଥିଲେ । ଏହାସହ ପ୍ରତି ରଥରେ ଛେରାପହଁରା ନିମନ୍ତେ ପ୍ରସ୍ଥାନ ପୂର୍ବରୁ ହାତକୁ ସାନିଟାଇଜ କରିଛନ୍ତି । ପୂର୍ବରୁ ସ୍ନାନଯାତ୍ରା ସମୟରେ ଗଜପତି ଦିବ୍ୟସିଂହ ଦେବ ସରକାରଙ୍କ କୋରୋନା କଟକଣା କାରଣରୁ ଛେରାପହଁରା କରିବା ନିମନ୍ତେ ଉପସ୍ଥିତ ହୋଇନଥିଲେ ।
ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି । ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ରଥରେ ଛେରାପହଁରା କରିବା ପରେ ଗଜପତି ପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ