ETV Bharat / state

Rath Yatra 2023: ଜୁନ 20 ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

author img

By

Published : Mar 29, 2023, 8:53 PM IST

ଜୁନ 20ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଅଧିକ ପଢନ୍ତୁ

ଜୁନ 20 ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ପୁରୀ: ଜୁନ୍‌ 20ରେ ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଦାରୁବ୍ରହ୍ମଙ୍କ ଘୋଷଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରାଥମିକ ପ୍ରସ୍ତୁତି ବୈଠକ । ପ୍ରାଥମିକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଛନ୍ତି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଷୟ ତୃତୀୟାଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଆସନ୍ତା ଏପ୍ରିଲ ୨୩ ରେ ପବିତ୍ର ଅକ୍ଷୟ ତୃତୀୟା। ଜୁନ ୪ ରେ ଦେବସ୍ନାନ ପୂର୍ଣ୍ଣିମା। ଜୁନ ୨୦ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ୨୮ ରେ ବାହୁଡା ଯାତ୍ରା । ଜୁନ ୯ ରେ ସୁନାବେଶ ଅନୁଷ୍ଠିତ ହେବ। ୨୦୨୩ ରଥଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଥିବା ଦିନ ଓ ନୀତିକୁ ନେଇ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି । ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସମ୍ପର୍କରେ ପ୍ରଥମ ବୈଠକରେ ଆଲୋଚନା କରାଯାଇଛି।

ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ ସଫେଇ ନେଇ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋଭିଡ ସ୍ଥିତି ସ୍ବାଭାବିକ ଥିବାବେଳେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ କୋଭିଡ ନିୟମକୁ ଅନୁପାଳନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବଡ଼ଦାଣ୍ଡରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସହରରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ ଡ୍ରାଇଭ ଚାଲୁ ରହିଛି । ପୌର ପ୍ରଶାସନ ସହ ଆଲୋଚନା କରି ସହରରେ ପାର୍କିଂ ସ୍ଥଳ ଗୁଡିକ ନିରୁପରଣ କରିବା ପାଇଁ ବୈଠକ କରାଯିବ ବୋଲି ଏସପି କହିଛନ୍ତି ।‌

ସେହିପରି ବଡଦାଣ୍ଡରେ ଥିବା ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରି ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ନିର୍ମାଣ ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ବତନ୍ତ୍ର କରିଡର ସହ ରଥଖଳା ପାଇଁ ବ୍ୟାରିକେଡ କରାଯିବ । ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ କରାଯାଇ ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି। ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକ ପରେ ଆସନ୍ତା ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ବସି ବିଭିନ୍ନ ବିଭାଗ କରିଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରାଯିବ। ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୁରୀର ବରିଷ୍ଠଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.