ETV Bharat / state

ସତ୍ୟବାଦୀରେ ଯୁବତୀଙ୍କୁ ଦୁଷ୍କର୍ମ !

ସତ୍ୟବାଦୀରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣକ ପୀଡିତାଙ୍କ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଜବରଦସ୍ତି ଘରକୁ ଡାକିନେଇ ଦୁଷ୍କର୍ମ । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି ।

author img

By

Published : Dec 16, 2019, 3:17 PM IST

Updated : Dec 16, 2019, 4:30 PM IST

pur-i-rape-allegation
pur-i-rape-allegation

ପୁରୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳରେ ଦୁଷ୍କର୍ମ । ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପୂର୍ଣ୍ଣଚନ୍ଦ୍ର ଦାସ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ନେଇ ସତ୍ୟବାଦୀ ଥାନାରେ ହୋଇଛି ଅଭିଯୋଗ । ଅଭିଯୁକ୍ତ ଜଣକ ଉକ୍ତ ଯୁବତୀର ସମ୍ପର୍କୀୟ ଭାଇ ହେବ ବୋଲି ପୀଡିତାଙ୍କ ପରିବାର ଲୋକେ କହିଛନ୍ତି ।

ସତ୍ୟବାଦୀରେ ସମ୍ପର୍କୀୟ ଭାଇର ଅମାନବୀୟ କାଣ୍ଡ..

ପୀଡିତାର ବାହାଘର ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ବେଳେ ଏଭଳି ଘଟଣା ପୀଡିତାର ପରିବାରର ଲୋକଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ପୀଡିତା ଓ ତାଙ୍କ ମା ଦାବି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିଲେ । ମାତ୍ର ସେ ସମୟରେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜୋର ଜବରଦସ୍ତ ଯୁବତୀଙ୍କୁ ଘରକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ ।

ପ୍ରାୟ ତିନି ଘଣ୍ଟା ଧରି ଯୁବକ ଜଣଙ୍କ ତାଙ୍କୁ ବନ୍ଦ କରି ରଖିଥଲେ । ମାତ୍ର ଯୁବତୀ ସେହି ଘରେ ଥିବା ଏକ ଫୋନରୁ ନିଜ ଘରକୁ ଫୋନ କରି ଘଟଣା ବିଷୟରେ କହିବାରୁ ତାଙ୍କ ମା ଓ ସ୍ଥାନୀୟ ଲୋକେ ଝିଅକୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମର କେତେକ ଯୁବକ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହ‌ଞ୍ଚି ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ଜଣାପଡିଛି । ଅଭିଯୁକ୍ତ ଏହି ଘଟଣା ଘଟାଇ ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଯୁବକ ଜଣଙ୍କ ପୂର୍ବରୁ ଏହିପରି ଅନେକ କେସ କରିଥିବା ଜଣାପଡିଛି । ପୂର୍ବରୁ ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସମର୍କୀୟ ଭାଇ ନାମରେ ଦୁଷ୍କର୍ମ ଅଭିଯୋଗBody:
- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ବିବାହିତ ଯୁବକ ପୂର୍ଣ୍ଣଚନ୍ଦ୍ର ଦାସ ଘରକୁ ଡାକି ନେଇ ଯୋର ଜବରଦସ୍ତ ଅମାନୁଷିକ ଭାବେ ଗୋଡହାତ ବାନ୍ଦି ଦେଇ ବଳତ୍କାର କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ଉକ୍ତ ଯୁବତୀ ର ସମ୍ପର୍କୀୟ ଭାଇ ହେବ ବୋଲି ପିଡିତା ର ପରିବାର ଲୋକେ କହିଛନ୍ତି। ତେବେ ପିଡିତା ର ବାହାଘର ଅସନ୍ତା ଫେବୃଆରୀ ରେ ହେବାକୁ ଥିବା ବେଳେ ଏଭଳି ଘଟଣା ପିଡିତା ର ପରିବାର ର ମାନସିକ ସ୍ଥିତି ଦୋହଲାଇ ଦେଇଛି। ଅଭିଯୁକ୍ତ କୁ ଫାଶୀ ଦିଆଯାଉ ବୋଲି ପିଡିତା ଓ ତାଙ୍କ ମା ଦାବି କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି। ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଭତ୍ତାଟଙ୍କା ନେଇ ଘରକୁ ଫେରୁ ଥିଲେ । ମାତ୍ର ସେ ସମୟରେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜୋର ଜବରଦସ୍ତ ଯୁବତୀଙ୍କୁ ଘରକୁ ନେଇଯାଇଥିଲେ । ଯୁବତୀ ଜଣଙ୍କ ଘର ମଧ୍ୟରେ ପଶିବା ମାତ୍ରେ ଯୁବକ ଜଣଙ୍କ କବାଟ ବନ୍ଦ କରି ଦେଇ ଯୁବତୀଙ୍କୁ ବଳାତ୍କାର କରିବା ପାଇଁ କରିଥିଲେ । ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ପାଟିରେ ଗାମୁଛା ବାନ୍ଦି ଦେବା ସହ ଗୋଡ ହାତ ବାନ୍ଦି ଦେଇ ବଳାତ୍କାର କରିଥିଲେ । ଘରେ ତିନି ଘଣ୍ଟା ବନ୍ଦ କରି ରଖିଥଲେ । ମାତ୍ର ଯୁବତୀ ଜଣଙ୍କର ସେହି ଘରେ ଥିବା ଏକ ଫୋନ ରୁ ନିଜ ଘରକୁ ଫୋନ କରି ଘର କୁ କହିବାରୁ ତାଙ୍କ ମା ଓ ସ୍ତାନୀୟ ଲୋକ ଝିଅକୁ ଉଦ୍ଧାର କରିଥିଲେ Iଗ୍ରାମର କେତକ ଯୁବକ ମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କ ବନ୍ଦ ଥିବା କୋଠରୀରୁ ଉଦ୍ଦାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହ‌ଞ୍ଚୀ ସମସ୍ତ ଦିଗ ପ୍ରତି ଅନଧ୍ୟାନ କରୁଥିବା ଜଣାପଡିଛି। ଅଭିଯୁକ୍ତ ଏହି ଘଟଣା ଘଟାଇ ଫେରାର ହୋଇଯାଇଛି। ସୁଚନାଯୋଗ୍ୟ ଯେ ଅଭିଯୁକ୍ତ ଯୁବକ ଜଣଙ୍କ ପୂର୍ବରୁ ଏହିପରି କେତକ କେସ କରିଥିବା ଜଣାପଡିଛି । ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଥିବା ଶୁଣିବାକୁ ମିଳୁଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି ।ଅନ୍ୟ ପକ୍ଷରେ ଝିଅର ବିବାହ ଠିକ୍ ହୋଇସାରିଥିଲା ଆସନ୍ତା ଫେବୃଆରୀ ମାସରେ ବିବାହ ହୋଇଥାନ୍ତା I
ବାଇଟ - ପିଡିତା
ବାଇଟ - ପିଡିତାର ମା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ପିଡିତା ଓ ତାଙ୍କ ମା ର ବାଇଟ ବ୍ଲୋର କରିବେ।

Conclusion:
Last Updated : Dec 16, 2019, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.