ETV Bharat / state

ରଘୁନନ୍ଦନ ଲାଇବ୍ରେରୀର ହେବ ନବକଳେବର - ପୁରୀ

ବହୁ ପୁରାତନ ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀର ହେବ ନବୀକରଣ । ଗଛିତ ରହିଛି ବହୁ ପୁରାତନ ପୁସ୍ତକ, ତାଳପତ୍ର ପୋଥି । ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ କରିବ ନୂଆ ଲାଇବ୍ରେରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 28, 2019, 7:07 PM IST

ପୁରୀ: ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀର ଉନ୍ନତୀକରଣ ହେବ । ଅତ୍ୟାଧୁନିକ ଭାବେ ଲାଇବ୍ରେରୀକୁ ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ବାହାରୁ ଆସିବେ ଏକ୍ସପର୍ଟ ଟିମ । କିଭଳି ବିରଳ ବହି ଗୁଡିକ ସଂରକ୍ଷଣ କରିହେବ ସେ ନେଇ ଉଦ୍ୟମ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏମାର ମଠ ର ନୂଆ ଗୃହ ରେ ଏହି ରଘୁନନ୍ଦନ ଲାଇବ୍ରେରୀକୁ ପୁନଃ ପ୍ରତିଷ୍ଠା କରାଯିବା ନେଇ ସରକାରଙ୍କୁ ଅବଗତ କରାଯିବ । ତେବେ ସୂଚନା ଅନୁଯାୟୀ 5 ରୁ ଅଧିକ ମୂଲ୍ୟବାନ ବହି ରହିଛି ଏହି ଲାଇବ୍ରେରୀରେ । ତେବେ ସଠିକ ଗଣନା ପରେ କେତେ ବହି ରହିଛି ତାହା ଜଣାପଡିବ । ବହୁ ତାଳପତ୍ର ପୋଥି ଏଠାରେ ରହିଛି । ଲାଇବ୍ରେରୀ ନିୟମ ଅନୁଯାୟୀ ବହି ଗୁଡ଼ିକୁ ବିଭିନ୍ନ ବର୍ଗରେ ନାମ କରଣ କରାଯିବ ।

ସେହିପରି ନଷ୍ଟ ହୋଇ ଯାଇଥିବା ବହି ଗୁଡିକୁ କେମିକାଲ ଦିଆଯାଇ ସଂରକ୍ଷଣ କରାଯିବ । ଏହାକୁ ପରବର୍ତୀ ସମୟରେ ଡିଜିଟାଇଜେସନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ରଘୁନନ୍ଦନ ଲାଇବ୍ରେରୀରେ ଥିବା ବହି ଗୁଡିକୁ ଜିଲା ପ୍ରଶାସନ ନିଜ ହେପାଜତକୁ ନେଇଛି । ଗତକାଲି ମଠ ଉଚ୍ଛେଦ ପରେ ଏହି ବହିଗୁଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ କୋଠରୀରେ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଲଘୁନନ୍ଦନ ଲାଇବ୍ରେରୀ ର ହେବ ନବକଳେବରର

Body:ଏମାର ମଠରେ ଥିବା ରଘୁନନ୍ଦନ ଲାଇ ବ୍ରେରୀ ର ହେବ ନବକଳେବର। ଅତ୍ୟାଧୁନିକ ଭାବେ ଲାଇବ୍ରେରୀ କୁ ପ୍ରତିଷ୍ଠା କରାଯିବ। ଏଥି ପାଇଁ ରାଜ୍ୟ ବାହାରୁ ମଧ୍ୟ ଏକ୍ସପର୍ଟ ଟିମ ଆଣି କୀଭଳି ବିରଳ ବହି ଗୁଡିକ ସଂରକ୍ଷଣ କରିହେବ ସେ ନେଇ ଉଦ୍ୟମ କରାଯିବ। ପୁରୀ ଜିଲାପାଳ ବଲବନ୍ତ ସିଂ ଆଜି ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି। ଏ ନେଇ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯିବ। ଏମାର ମଠ ର ନୂଆ ଗୃହ ରେ ଏହି ରଘୁନନ୍ଦନ ଲାଇ ବ୍ରେରୀ କୁ ପୁନଃ ପ୍ରତିଷ୍ଠା କରାଯିବା ନେଇ ସରକାର ଙ୍କୁ ଅବଗତ କରାଯିବ। ତେବେ ସୂଚନା ଅନୁଯାୟୀ 5 ରୁ ଅଧିକ ମୂଲ୍ୟ ବାନ ବହି ରହିଛି ଏହି ଲାଇ ବ୍ରେରୀ ରେ। ତେବେ ସଠିକ ଗଣନା ପରେ କେତେ ବହି ରହିଛି ତାହା ଜଣାପଡିବ। ବୋହୁ ତାଳ ପତ୍ର ପୋତି , ମଧ୍ୟ ରହିଛି। ପ୍ରଥମେ ଏଗୁଡ଼ିକୁ ଲାଇ ବ୍ରେରୀ ନିୟମ ଅନୁଯାୟୀ ବହି ଗୁଡ଼ି କ ବିଭିନ୍ନ ବର୍ଗ ରେ ନାମ କରଣ କରାଯିବ। ପରେ ନଷ୍ଟ ହୋଇ ଯାଇ ଥିବା ବହି ଗୁଡିକୁ କେମିକାଲ ଦିଆଯାଇ ସଂରକ୍ଷଣ କରାଯିବ। ଏହା କୁ ପରବର୍ତୀ ସମୟରେ ଡିଜିଟାଇଜେସନ କରାଯିବ ବୋଲି ପୁରୀ ଜିଲାପାଳ ସୂଚନା ଦେଇଛନ୍ତି। ତେବେ ରଘୁନନ୍ଦନ ଲାଇ ବ୍ରେରୀ ରେ ଥିବା ବହି ଗୁଡିକୁ ଜିଲା ପ୍ରଶାସନ ନିଜ ହେପାଯତ କୁ ନେଇଛି। ଜିଲାପାଳଙ୍କ କାର୍ଯ୍ୟଳୟ ରେ ଏକ କୋଠରୀ ରେ ଏଗୁଡ଼ିକୁ ରଖାଯାଇଛି।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.