ETV Bharat / state

shri jagannath medical college Ragging issue: ଜୁନିୟରଙ୍କ ନିଶ ଦାଢି କାଟିଦେଲେ ସିନିୟର, ପୁରୀ ପୋଲିସର ପଚରାଉଚରା - ଜୁନିୟରଙ୍କ ନିଶ ଦାଢି କାଟି ଦେଲେ ସିନିୟର

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଜୁନିୟରଙ୍କ ନିଶ ଦାଢି କାଟି ଦେଲେ ସିନିୟର । ରାଗିଂର ଶିକାର ହୋଇଥିବା ନେଇ ଛାତ୍ରଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ
ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ
author img

By

Published : Aug 21, 2023, 2:02 PM IST

Updated : Aug 21, 2023, 6:13 PM IST

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ପ୍ରଥମବର୍ଷର ଛାତ୍ରଙ୍କୁ ରାଗିଂ କଲେ ଦ୍ବିତୀୟ ବର୍ଷର ଛାତ୍ର । ରାଗିଂ ସମୟରେ ଜଣେ ଛାତ୍ରଙ୍କର ନିଶ ଦାଢିକୁ ସିନିୟରମାନେ କାଟି ଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଥମ ବର୍ଷର ଛାତ୍ର କଲେଜର ଡିନଙ୍କୁ ଜଣାଇବା ପରେ ପୁରୀ ପେଣ୍ଠକଟା ମେରାଇନ ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ଗତ 17 ତାରିଖରେ ଶ୍ରୀଜଗନ୍ନାଥ ମେଡିକାଲରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିଲେ । ପ୍ରଥମ ବର୍ଷ ଛାତ୍ରଙ୍କର ନିଶ ଦାଢିକୁ ଦ୍ବିତୀୟ ବର୍ଷର ଛାତ୍ର କାଟି ଦେଇ ଥିବା କଲେଜର ଡିନଙ୍କୁ ଅଭିଯୋଗ ହୋଇଥିଲା । ପରେ ଆଣ୍ଟି ରାଗିଂ କମିଟିରେ ବିସ୍ତୃତ ଭାବରେ ଏନେଇ ଆଲୋଚନା କରାଯାଇ ମେରାଇନ ଥାନାରେ ଅଭିଯୋଗ କରାଯାଇଥିଲା । ମେରାଇନ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍‌ଡିପିଓଙ୍କ ସୂଚନା ଦେଇଛନ୍ତି ।

ସେପଟେ ରାଗିଂ ମେଡିକାଲ କଲେଜର ପ୍ରଥମ ଘଟଣା ବୋଲି କୁହାଯାଉଛି । ପୂର୍ବରୁ କଲେଜରେ ରାଗିଂ ହୋଇଥିବା ଘଟଣା କେବେବି ସାମ୍ନାକୁ ଆସିନାହିଁ । ଆଣ୍ଟି ରାଗିଂ ସେଲର ନିୟମ ମୁତାବକ ପଦକ୍ଷେପ ନିଆଯିବ। ରାଗିଂ ଘଟଣାଟି ଗତ ୧୭ତାରିଖରେ ଘଟିଥିଲା, ପରେ ଆଣ୍ଟି ରାଗିଂ କମିଟିରେ ପଡିବା ପରେ ରବିବାର ଥାନାରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପୋଲିସ ତଦନ୍ତ କରୁଛି। ତେବେ ମେଡିକାଲ କଲେଜରେ ପୁଣି ରାଗିଂ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଡିନ୍‌ କହିଛନ୍ତି, "ପୂର୍ବରୁ ଏପରି ହୋଇନଥିଲା । ପ୍ରଥମ କରି ଏଭଳି ଘଟଣା ସାମନାକୁ ଆସିଛି। ଏନେଇ ଆଣ୍ଟି ରାଗିଂ ସେଲ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଛି ।"

ଏହା ମଧ୍ୟ ପଢନ୍ତୁ-ପଲିଟେକ୍ନିକ୍ କଲେଜରେ ରାଗିଂ ! ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ 2 ଛାତ୍ରୀ

ରାଗିଂ ଘଟଣାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଅସନ୍ତୋଷ ଲାଗି ରହିଛି । ପୋଲିସ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ପୁରୀ ଏସପି ଡଃ କନୱର ବିଶାଳ ସିଂ କହିଛନ୍ତି, "ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଯିବା ସହ ତଦନ୍ତ ଆରମ୍ଭ କରାଯାଇଛି। ରାଗିଂ ଘଟଣାକୁ ନେଇ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ସଂଗ୍ରହ କରୁଥିବାବେଳେ ତଦନ୍ତ ପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କଲେଜ ଗୁଡ଼ିକରେ କିଭଳି ରାଗିଂ ଉପରେ ରୋକ ଲଗାଇ ହେବ ସେନେଇ ପୁରୀ ପୋଲିସ ପକ୍ଷରୁ ଖୁବଶୀଘ୍ର ସଚେତନତା କର୍ମଶାଳା ଆୟୋଜନ କରାଯିବ ।"

ଇଟିଭି ଭାରତ, ପୁରୀ

Last Updated : Aug 21, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.