ପୁରୀ: ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ବା ରାଜ୍ୟାଭିଷେକ ସମାରୋହ ଅନୁଷ୍ଠିତ ହୋଇଛି ( Pusyabhisek ceremony of Puri Gajpati) । ପୁଷ୍ୟାଭିଷେକ ସମାରୋହ ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ମଙ୍ଗଳ କାମନା କରାଯାଇଥିଲା । ବୀର, ବାଦ୍ୟ, ତୂରୀ ଓ ମହୁରୀରେ ପ୍ରକମ୍ପିତ ହୋଇଉଠିଥିଲା ରାଜପ୍ରସାଦ । ପୌଷପୁର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦେବାଭିଷେକ ପୁଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ରବିବାର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଗଜପତିଙ୍କର ପୁଷ୍ୟାଭିଷେକ କରାଯାଇଛି ।
ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୌଷପୁର୍ଣ୍ଣିମା ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି । ପୌଷପୁର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରମ୍ପରା ଏବେ ବି ଚାଲୁ ରହିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ । ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରମ୍ପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ ହୋଇଥାଏ ।
ଏହା ବି ପଢନ୍ତୁ...ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ । ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରିଥିଲେ । ତେତ୍ରା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟା ରାଜଗାଦି ଆହୋରଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜାଙ୍କ ରାଜାଭିଷେକ କରାଯାଇଥାଏ ।
ଶ୍ରୀନଅରରେ କାହିଁ କେଉଁ ଅମଳରୁ ପାଳିତ ହୋଇଆସୁଛି ଏହି ରାଜାଭିଷେକ ନୀତି । ପରମ୍ପରା ଅନୁଯାୟୀ, ଏହି ପୁଷ୍ୟାଭିଷେକ ଉତ୍ସବରେ ଷୋଳଶାସନ ବ୍ରାହ୍ମଣ , ବିଭିନ୍ନ ମଠର ମଠାଧୀଶ , ସାଧୁ ସନ୍ଥଙ୍କ ସମାଗମ ମଧ୍ୟ ହୋଇଥିଲା । ଗତ ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ହେଇଥିଲେ ମହାପ୍ରଭୁ । ଶ୍ରୀଜିଉଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।
ଇଟିଭି ଭାରତ,ପୁରୀ