ETV Bharat / state

ପୁଷ୍ୟାଭିଷେକ ନୀତି: 108 ମାଟିପାତ୍ର ସୁବାସିତ ଜଳରେ ସ୍ନାନ କଲେ ଅଲାରନାଥ - ଅଲାରନାଥଙ୍କ ପୁଷ୍ୟାଭିଷେକ ନୀତି

ଅଲାରନାଥଙ୍କ ପୁଷ୍ୟାଭିଷେକ ନୀତି ଆଜି (ସୋମବାର) ଆରମ୍ଭ ହୋଇଛି । ଏଥିପାଇଁ 108 ମାଟିପାତ୍ର ସୁବାସିତ ଜଳରେ ବାବା ଅଲାରନାଥଙ୍କୁ ସ୍ନାନ କରାଯାଇଛି । ଅଧିକ ପଢନ୍ତୁ

ALARNATHA PUSHYABHISEK RITUAL : 108 ସୁବାସିତ ଜଳରେ ସ୍ନାନ କଲେ ଅଲାରନାଥ

author img

By

Published : Jan 17, 2022, 9:22 PM IST

ବ୍ରହ୍ମଗିରି: ଅଲାରନାଥଙ୍କ ପୁଷ୍ୟାଭିଷେକ ନୀତି ଆଜି (ସୋମବାର) ଆରମ୍ଭ ହୋଇଛି । ଏଥିପାଇଁ 108 ସୁବାସିତ ଜଳରେ ବାବା ଅଲାରନାଥଙ୍କୁ ସ୍ନାନ କରାଯାଇଛି। ଏଥିପାଇଁ ରବିବାର ଠାରୁ ସେବାୟତମାନେ 3 ଭାଗ ହୋଇଥିଲେ ।

ଘଣ୍ଟ ,ତୁରୀ ଓ ସଂକୀର୍ତ୍ତନ ସହିତ ପୂଜାପଣ୍ଡା, ସୁଆର,ପତ୍ରି ପାଳିଆ ସେବକମାନେ ମୁଖରେ ତୁଣ୍ଡି ବାନ୍ଧି ମହୋଦଧି,ଅର୍ଜୁନଙ୍କ ସର ଏବଂ ଭାର୍ଗବୀ ନଦୀର ତ୍ରିବେଣୀ ଘାଟରୁ ଜଳ ସଂଗ୍ରହ କରି ଆଣିଥିଲେ। ମନ୍ଦିର ମଧ୍ୟରେ ଥିବା ଗଙ୍ଗା ଯମୁନା କୂଅରୁ ଜଳ ଆସି ଏହି ପାଞ୍ଚ ତୀର୍ଥ ଜଳକୁ 108 ନୂତନ ମାଟି ପାତ୍ରରେ ରଖା ଯାଇଥିଲା । ସେଥିରେ କେଶର,କର୍ପୁର,ଜାଇଫଳ ଏବଂ ଗୁଆଘିଆ ଆଦି ମିଶ୍ରିତ କରାଯାଇ ନୂତନ ବସ୍ତ୍ରରେ ଆଚ୍ଛାଦିତ କରି ରଖା ଯାଇଥିଲା।

ALARNATHA PUSHYABHISEK RITUAL : 108 ସୁବାସିତ ଜଳରେ ସ୍ନାନ କଲେ ଅଲାରନାଥ

ଏହାବି ପଢନ୍ତୁ :ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି: ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ଆଜି ପୁଷ୍ୟ ପୂର୍ଣ୍ଣିମା ଦିନ ମଧ୍ୟାହ୍ନ ଧୂପ ପରେ ପୁଷ୍ୟାଭିଷେକ ନୀତି ଆରମ୍ଭ କରାଯାଇଥିଲା। ଚୈତନ୍ୟ ମଣ୍ଡପରେ ମନ୍ଦିର ପୁରହିତଙ୍କ ଦ୍ଵାରା ହୋମ କର୍ଯ୍ୟ ସମ୍ପାଦନ ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପବିତ୍ର ସୁବାସିତ 108 ମାଟିପାତ୍ର ଜଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ସ୍ନାନ ଶେଷ ହେବା ପରେ ମହାପ୍ରଭୁଙ୍କୁ ରାଜାଧିରାଜ ବେଶ ଲାଗି କରାଯାଇଥିଲା । କୋଭିଡ କଟକଣାକୁ ମାନି ଏହି ଦୁଲ୍ଲଭ ବେଶକୁ ଭକ୍ତ ମାନେ ଦର୍ଶନ କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.