ପୁରୀ: ଗଜପତିଙ୍କ ପୁଷ୍ୟାଭିଷେକ ପରମ୍ପରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଜପତି ମହାରାଜାଙ୍କ ଶ୍ରୀନହରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି ।
ପୁଷ୍ୟା ନକ୍ଷତ୍ର ଅବସରରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ହୋଇଛି। ଗଜପତି ମହାରାଜା ଅନୁପସ୍ଥିତ ଥିବାରୁ ତାଙ୍କ ଖଡ୍ଗକୁ ପୂଜା କରାଯାଇଛି। ଏହି ପୁଷ୍ୟାଭିଷେକରେ ଷୋହଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ଆଶୀର୍ବାଦ ଦେଇଥିଲେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଇଥାଏ। ତେବେ ଏନେଇ ବ୍ରାହ୍ମଣମାନେ ଆଶିଷ ଦେଇଥାନ୍ତି।
ଗତ ସୋମବାର ଦିନ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଶାଢୀ ବନ୍ଧା ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ଯେଉଁ ନୀତିକାନ୍ତି ମହାରାଜା ଦିବ୍ୟସିଂହ ଦେବ କରିଥାନ୍ତି ସେହି ନୀତିକାନ୍ତି ମୁଦିରସ୍ତ ସମ୍ପାଦନ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ