ETV Bharat / state

ଆଜି ବିଶ୍ବ ସାଇକେଲ ଦିବସ; ଦିଆସିଲି କାଠିରେ ସାଇକେଲ ତିଆରି କଲେ ଯୁବ ପ୍ରତିଭା

author img

By

Published : Jun 3, 2021, 7:28 AM IST

Updated : Jun 3, 2021, 10:23 AM IST

ବିଶ୍ବ ସାଇକେଲ ଦିବସରେ ଦିଆସିଲି କାଠିରେ ସାଇକେଲ କରି ଚର୍ଚ୍ଚାରେ ପୁରୀର ଯୁବ ପ୍ରତିଭା ଶାଶ୍ବତ । ଅଧିକ ପଢନ୍ତୁ....

ଦିଆସିଲି କାଠିରେ ବିଶ୍ବ ସାଇକେଲ ଦିବସ ଶୁଭେଚ୍ଛା

ପୁରୀ: ଆଜି ଜୁନ ମାସ 3 ତାରିଖ, ଏହି ଦିନକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ । ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ । ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ହେଉଛି ଏହି ଦିବସର ପରିକଳ୍ପନା ।

ଆଜି ବିଶ୍ବ ସାଇକେଲ ଦିବସ; ଦିଆସିଲି କାଠିରେ ସାଇକେଲ ତିଆରି କଲେ ଯୁବ ପ୍ରତିଭା

ଏହି ଅବସରରେ ଲୋକଙ୍କୁ ସାଇକେଲ ଚଳାଇବା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ନିଆରା ଉଦ୍ୟମ କରିଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ । ବିଶ୍ବ ସାଇକେଲ ଦିବସରେ ସେ 3 ହଜାର 6 ଶହ 53 ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି । ଏହି ନିଆରା କଳାକୃତି ତିଆରି ପାଇଁ ତାଙ୍କୁ 7 ଦିନ ସମୟ ଲାଗିଥିଲା । ଦିଆସିଲି କାଠିରେ ତିଆରି ହୋଇଥିବା ସାଇକେଲ ପ୍ରତିକୃତିର ଉଚ୍ଚତା 50 ଇଞ୍ଚ ଏବଂ ଲମ୍ବ 25 ଇଞ୍ଚ ରହିଛି । ବିଶ୍ୱ ସାଇକେଲ ଦିବସ ଅବସରରେ ସାଶ୍ବତଙ୍କ ନିଆରା କଳାକୃତିକୁ ବେଶ ଚର୍ଚ୍ଚା କରାଯାଉଛି । ପୂର୍ବରୁ ଶାଶ୍ବତ ଦିଆସିଲି କାଠିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଚାପ ଖେଳ ଚିତ୍ର ଅଙ୍କନ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 3, 2021, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.