ETV Bharat / state

ଆଜି ସଟଡାଉନ କଟକଣା ମୁକ୍ତ ପୁରୀ ପୌରପାଳିକା - ପୁରୀ ସଟଡାଉନ

ଶନିବାର ପୁରୀ ପୌରପାଳିକାରେ ଲାଗୁ ହେବନି ସଟଡାଉନ କଟକଣା । ଶୁକ୍ରବାର ସ୍ନାନଯାତ୍ରା ପାଇଁ 144 ଧାରି ଜାରି ହୋଇଥିବାରୁ ଆଜି ସଟଡାଉନ କଟକଣାକୁ କୋହଳ କରାଯାଇଛି । ଅଧିକ ପଢନ୍ତୁ..

Puri Town Exempted From Weekend Shutdown
ଆଜି ସଟଡାଉନ କଟକଣା ମୁକ୍ତ ପୁରୀ ପୌରପାଳିକା
author img

By

Published : Jun 6, 2020, 1:09 PM IST

ପୁରୀ: ରାଜ୍ୟର 11ଟି ଜିଲ୍ଲା(ପୁରୀ ସମେତ)ରେ ଜୁନ ମାସର ଶନିବାର ଓ ରବିବାର ସଟଡାଉନ ପାଳନ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ନିୟମ ହୋଇଛି। ତେବେ ଶନିବାର ପୁରୀ ସହର ତଥା ପୁରୀ ପୌରପାଳିକା ଅଞ୍ଚଳକୁ ଏସଆରସିଙ୍କ ପକ୍ଷରୁ ସଟ ଡାଉନ କଟକଣାରୁ ମୁକ୍ତ କରାଯାଇଛି ।

ଆଜି ସଟଡାଉନ କଟକଣା ମୁକ୍ତ ପୁରୀ ପୌରପାଳିକା

ସ୍ନାନଯାତ୍ରା ପାଇଁ ଶୁକ୍ରବାର ପୁରୀ ବଡ଼ ଦାଣ୍ଡରେ 144 ଧାରା ଜାରି ହୋଇଥିଲା । ସବୁ ଦୋକାନ ବଜାର ବନ୍ଦ ରହିଥିଲା। ଏଣୁ ଲୋକଙ୍କ ସୁବିଧା ତଥା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ଶନିବାର ପୁରୀ ପୌରପାଳିକାକୁ ସଟଡାଉନ କଟକଣା ମୁକ୍ତ କରାଯାଇଛି।

Puri Town Exempted From Weekend Shutdown
ଆଜି ସଟଡାଉନ କଟକଣା ମୁକ୍ତ ପୁରୀ ପୌରପାଳିକା

ପୁରୀ ପୌରପାଳିକାକୁ ବାଦ ଦେଲେ ଜିଲ୍ଲାରେ ଗ୍ରାମାଞ୍ଚଳରେ ସଟ ଡାଉନ କଟକଣା ବଳବତ୍ତର ରହିବ। ତେବେ ରବିବାର କିନ୍ତୁ ପୁରୀ ପୌର ପାଳିକା ଅଞ୍ଚଳ ସଟଡାଉନ ରହିବ। ତେବେ ଶନିବାର ସଟଡାଉନ ଲାଗୁ ହୋଇନଥିଲେ ବି ଲକଡାଉନରେ ଯେଭଳି କଟକଣା ରହିଛି ତାହା ରହିବ।

କୋଭିଡ 19 ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତ୍ୱ , ମୁହଁରେ ମାସ୍କ ପିନ୍ଧିବା, ଦରକାର ନ ଥିଲେ ଘରୁ ନ ବାହାରିବାକୁ ନେଇ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.