ଭୁବନେଶ୍ବର: ଦୀର୍ଘ 12 ଦିନର ଅନ୍ଧକାର ପରେ ଆଜି ଆଲୋକିତ ହୋଇଛି ପୁରୀ ବଡଦାଣ୍ଡ । ସ୍ବାଭାବିକ ହୋଇଛି ବିଦ୍ୟୁତ ସେବା । ଫନି ପରେ ପୁରୀରେ ବ୍ୟାହତ ହୋଇଥିଲା ବିଦ୍ୟୁତ ସେବା ।
ଅନ୍ୟପଟେ ଆସନ୍ତା 5ଦିନ ମଧ୍ଯରେ ପୁରୀ ପୌରାଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସର୍କିଟ ହାଉସରେ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ତେବେ ବାତ୍ୟା ଫନି ଯୋଗୁଁ ବିଦ୍ୟୁତ ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ସହ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ଭାଙ୍ଗି ପଡିଛି । ଧିରେ ଧିରେ ସ୍ଥିତି ସ୍ବାଭାବିକ୍ କରିବାକୁ ଜୋରଦାର ଲାଗି ପଡିଛନ୍ତି ରାଜ୍ୟ ସରକାର ।
ବ୍ୟୁରୋ ରିପୋର୍ଟ