ETV Bharat / state

ଆଶା ଆଶଙ୍କାରେ ଚନ୍ଦନଯାତ୍ରା ଓ ରଥଯାତ୍ରା - ପୁରୀ ନ୍ୟୁଜ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନୀତି ନିର୍ଘଣ୍ଟ ସ୍ଥିର ହୋଇ ନାହିଁ। ଏହି ଦ୍ଵନ୍ଦ ଭିତରେ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଶା ଆଶଙ୍କାରେ ଚନ୍ଦନଯାତ୍ରା ଓ ରଥଯାତ୍ରା
ଆଶା ଆଶଙ୍କାରେ ଚନ୍ଦନଯାତ୍ରା ଓ ରଥଯାତ୍ରା
author img

By

Published : Apr 24, 2020, 4:36 PM IST

Updated : Apr 24, 2020, 4:53 PM IST

ପୁରୀ: ରବିବାର ଦିନ ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ ନେଇ ଅନୁକୂଳ ହେବ। ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ। ତେବେ ଲକଡାଉନ ଓ କୋରୋନା କଟକଣା ଗାଇଡଲାଇନକୁ ଦେଖିଲେ ସାମାଜିକ ଦୂରତ୍ବରୁ ନେଇ କିଭଳି ଚନ୍ଦନଯାତ୍ରା ହେବ ସେ ନେଇ ପ୍ରଶ୍ନ ଉଠିଛି। ସେହିପରି ଚଳିତବର୍ଷ ରଥଯାତ୍ରା କିଭଳି ହେବ ସେ ନେଇ ପ୍ରଶ୍ନ ଉଠିଛି। କାରଣ ରଥଯାତ୍ରା ଅୟୋଜନ ହେଲେ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ହେବନି। କୋରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି।

ଆଶା ଆଶଙ୍କାରେ ଚନ୍ଦନଯାତ୍ରା ଓ ରଥଯାତ୍ରା

ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନୀତି ନିର୍ଘଣ୍ଟ ସ୍ଥିର ହୋଇ ନାହିଁ। ଏହି ଦ୍ଵନ୍ଦ ଭିତରେ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଲକଡାଉନ ଓ କୋରୋନା କଟକଣା ଯୋଗୁଁ କିଭଳି ଚନ୍ଦନଯାତ୍ରା ଆରମ୍ଭ ହେବ ସେ ନେଇ ଆଲୋଚନା ହୋଇଥିଲା।

ଜୁନ 23ରେ ରଥଯାତ୍ରା ନେଇ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଚଳିତବର୍ଷ ରଥଯାତ୍ରା ବେଳକୁ ଦେଶରେ କୋରୋନା ସ୍ଥିତି ଜଟିଳ ଥିବାର ଅଶଙ୍କା ରହିଛି। ଫଳରେ ରଥଯାତ୍ରା କିଭଳି ହେବ ସେନେଇ ଆଲୋଚନା ହୋଇଥିଲା। କେତେକ ସେବାୟତ କଟକଣା ଭିତ୍ତିରେ ସାମାଜିକ ଦୂରତ୍ବ ରଖି ଚନ୍ଦନ ଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ। କେତେକ ପରମ୍ପରା ପାଇଁ କେବଳ ଯାତ୍ରାକୁ ପାଳନ କରାଯାଉ ବୋଲି ମତ ଦେଇ ଥିଲେ। ତେବେ କେତେକ କରୋନକୁ ନେଇ କେନ୍ଦ୍ର ସରକାର ସାମାଜିକ ଦୂରତ୍ବ କଟକଣା କରିଥିବା ହେତୁ ଏ ନେଇ ଦ୍ଵନ୍ଦ ମଧ୍ୟ ଉଠିଛି। ହଜାର ହଜାର ଭକ୍ତ ଏକାଠି ହେଲେ ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିବ। ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସର୍ବମାନ୍ୟ ହେବ ବୋଲି ଚୂଡାନ୍ତ ନିଷ୍ପତ୍ତି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଶଙ୍କରାଚାର୍ଯ୍ୟ ସହ ଆଲୋଚନା କରିବେ। ଜଗତଗୁରୁ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ଚନ୍ଦନଯାତ୍ରା ଓ ରଥଯାତ୍ରା ଅୟୋଜନ ହେବ। ତେବେ ଆଜି ବୈଠକରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନଯାତ୍ରା ଆୟୋଜନ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 24, 2020, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.