ETV Bharat / state

ରଥ ଖଳା ନୁହେଁ ସିଂହଦ୍ବାରରେ ରହିବ ରଥ - ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ସହ ମନ୍ଦିର ପ୍ରକଳ୍ପ ଆର୍କିଟେକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ। ରଥ ରହିବା ସ୍ଥାନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । ଅଧିକ ପଢ଼ନ୍ତୁ...

srimandira management committee, managemanent committee meeting, ରଥ ଖଳା ନୁହେଁ ସିଂହଦ୍ବାରରେ ହିଁ ରହିବ ରଥ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ରଥ ଖଳା ନୁହେଁ ସିଂହଦ୍ବାରରେ ହିଁ ରହିବ ରଥ
author img

By

Published : Jan 10, 2020, 5:51 PM IST

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରରେ ରଥଯାତ୍ରାର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ବାର ପରିବର୍ତ୍ତେ ରଥଖଳାରୁ ହେବା ନେଇ ଦେଖିବାକୁ ମିଳିଥିଲା ଓ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା। ଯାହାକୁ ନେଇ ବିବାଦ ଓ ଦ୍ଵନ୍ଦ ଉପୁଜିଥିଲା।

ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶିତ ଦୃଶ୍ୟରେ ରଥଯାତ୍ରା ରଥଖଳାରୁ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଶୁକ୍ରବାର ପ୍ରକଳ୍ପର ଆର୍କିଟେକ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ରଥଯାତ୍ରାର ସ୍ଥାନ ସିଂହଦ୍ବାରରେ ହିଁ ରହିବ ବୋଲି କୁହାଯାଇଛି। ଆଉ କିଛି ମଧ୍ୟ ନକ୍ସା ସଂଶୋଧିତ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା କେବଳ ତ୍ରୁଟି ଥିଲା ବୋଲି ଉକ୍ତ ଆର୍କିଟେକ ସଂସ୍ଥା ସ୍ପଷ୍ଟ କରିଛି। ସବୁ କିଛି ପରମ୍ପରା ଅନୁଯାୟୀ ହେବ ବୋଲି କୁହାଯାଇଛି।

ରଥ ଖଳା ନୁହେଁ ସିଂହଦ୍ବାରରେ ହିଁ ରହିବ ରଥ

ସେହିପରି ଏବେ ହୋଇଥିବା ବ୍ୟାରିକେଡ କାକୁଡିଖାଇ ଛକକୁ ସ୍ଥାନାନ୍ତର ହେବ। ଏହି ନକ୍ସାର ଚୂଡାନ୍ତ ଡିଜାଇନ ଫେବୃଆରୀରେ ଆସିବ। ଅନ୍ୟପଟେ ଜଗନ୍ନାଥ ମହାପ୍ରଭୁଙ୍କ 600 କୋଟି ଟଙ୍କାର କର୍ପସ ଫଣ୍ଡ ଘରୋଇ ବ୍ୟାଙ୍କରେ ଜମା ହେବା ନେଇ ମଧ୍ୟ ପରିଚଳନା କମିଟି ସଦସ୍ୟ ଆପତ୍ତି କରିଛନ୍ତି। ବିନା ପରିଚଳନା କମିଟି ଅନୁମୋଦନରେ ଏତେ ଟଙ୍କା ଏକ ନିର୍ଦ୍ଧିଷ୍ଟ ଘରୋଇ ବ୍ୟାଙ୍କ ରହିବା ଠିକ ନୁହେଁ। ଏହାକୁ ଅଗାମୀ ପରିଚଳନା କମିଟି ବୈଠକରେ ଉପସ୍ଥାପନା କରାଯାଇ ମହାପ୍ରଭୁଙ୍କ ଅର୍ଥ ସୁରକ୍ଷିତ କରିବା ପାଇଁ ଦାବି କରାଯିବ ବୋଲି ସେବାୟତ କହିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ପରିଚଳନା କମିଟି ବୈଠକBody:ଶ୍ରୀମନ୍ଦିର ଐତିହ କରିଡର ରେ ରଥଯାତ୍ରା ର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକ ଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ୱାର ପରିବର୍ତ୍ତେ ରଥଖଳାରୁ ହେବ ବୋଲି ସେଥିରେ ଦେଖିବାକୁ ମିଳିଥିଲା ଓ ଆରୁଣ ସ୍ତମ୍ଭ ମଧ୍ୟ ନ ଥିଲା । ଯାହାକୁ ନେଇ ବିବାଦ ହୋଇ ଥିଲା । ଏହାକୁ ନେଇ ଦ୍ଵନ୍ଦ ଉପୁଜୁଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶିତ ଦୃଶ୍ୟରେ ରଥଯାତ୍ରା ରଥଖଳାରୁ ହେବ ବୋଲି ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇ ଥିଲା। ଯାହାକୁ ନେଇ ଆଜି ପ୍ରକଳ୍ପର ଆର୍କିଟେକ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇ ଥିଲା । ବୈଠକରେ ରଥଯାତ୍ରାର ସ୍ଥାନ ସିଂହଦ୍ୱାରରେ ହିଁ ରହିବ ବୋଲି କୁହାଯାଇଛି। ଆଉ କିଛି ମଧ୍ୟ ନକ୍ସା ସଂଶୋଧିତ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା କେବଳ ତ୍ରୁଟି ଥିଲା ବୋଲି ଉକ୍ତ ଆର୍କି ଟେକ ସଂସ୍ଥା ସ୍ପଷ୍ଟ କରିଛି। ସବୁ କିଛି ପରମ୍ପରା ଅନୁଯାୟୀ ହେବ। ସେହିପରି ଏବେ ହୋଇଥିବା ବ୍ୟାରିକେଡ କାକୁଡି ଖାଇ ଛକ କୁ ସ୍ଥାନାନ୍ତର ହେବ। ଏହି ନକ୍ସା ର ଚୂଡାନ୍ତ ଡିଜାଇନ ଫେବୃଆରୀ ମାସରେ ଆସିବ। ଅନ୍ୟପଟେ ଜଗନ୍ନାଥ ମହାପ୍ରଭୁଙ୍କ 6 ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଘରୋଇ ବ୍ୟାଙ୍କ ରେ ଜମା ହେବା ନେଇ ମଧ୍ୟ ପରିଚଳନା କମିଟି ସଦସ୍ୟ ଆପତି କରିଛନ୍ତି। ବିନା ପରିଚଳନା କମିଟି ଅନୁମୋଦନ ରେ ଏତେ ଟଙ୍କା ଏକ ନିର୍ଦିଷ୍ଟ ଘରୋଇ ବ୍ୟାଙ୍କ ରହିବା ଠିକ ନୁହେଁ। ଏହାକୁ ଅଗାମୀ ପରିଚଳନା କମିଟି ରେ ଉପସ୍ଥାପନ କରାଯାଇ ମହାପ୍ରଭୁଙ୍କ ଅର୍ଥ ସୁରକ୍ଷିତ ପାଇଁ ଦାବି କରାଜିବ ବୋଲି ସେବାୟତ କହିଛନ୍ତି। ମହାପ୍ରଭୁଙ୍କ 6 ସହ କୋଟି ଟଙ୍କା yes bank ରଖା ଯିବାକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି।

ବାଇଟ1,,ମାଧବ ମହାପାତ୍ର(ପରିଚାଳନକମିଟି ସଦସ୍ୟ)
ବାଇଟ-ମାଧବ ପୂଜାପଣ୍ଡା( ପରିଚାଳନା କମିଟିର ସଦସ୍ୟ)

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.