ETV Bharat / state

ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ ଘଟଣା: ଯୁବତୀ ଅଟକ, ବାପା-ମା'ଙ୍କୁ ପଚରାଉଚୁରା - puri srimandir viral video incident one detain

ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ ଘଟଣାରେ ଜଣେ ନାବାଳିକାଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 31, 2019, 2:21 PM IST

ପୁରୀ: ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ ଘଟଣାରେ ଜଣେ ନାବାଳିକାଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ ।

ସୂଚନା ଅନୁଯାୟୀ, ଭାଇରାଲ ଭିଡିଓରେ ଶ୍ରୀମନ୍ଦିର ଭୋଗମଣ୍ଡପ ସମ୍ମୁଖ ଭାଗ ଓ ଆନନ୍ଦ ବଜାରର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଜଣେ ନାବାଳିକା ଟିକଟକରେ ବ୍ୟବହାର କରିଥିଲେ । ଯେଉଁଥିରେ ଭଜନ ରହିଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ପ୍ରସଙ୍ଗକୁ ପୋଲିସ ଗୁରୁତର ସହ ନେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଯାହାଫଳରେ ଟିକଟକ୍ ଆକାଉଣ୍ଟ ଆଧାରରେ ପୋଲିସ ନାବାଳିକାଙ୍କୁ ଚିହ୍ନି ଗତ ବୁଧବାର ରାତିରେ ତାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି । ତେବେ ତାଙ୍କ ସହିତ ତାଙ୍କ ବାପାମାଆଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ତେବେ ସେ ନାବାଳିକା ହୋଇଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇଛନ୍ତି । ସଂପୃକ୍ତ ନାବାଳିକା ଶ୍ରୀମନ୍ଦିର ଭିତରର ଭିଜୁଆଲକୁ ଟିକଟକରେ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସେନେଇ ସିଂହଦ୍ବାର ଥାନାରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି।

ତେବେ ଅଟକ ଥିବା ନାବାଳିକା ଜଣଙ୍କ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର । ତେବେ ଏ ଖବର ପ୍ରସାରିତ ହେବାପରେ ସୋସିଆଲ ମିଡିଆରେ ନିଜର ଦୋଷ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାଇରଲ ଭିଡିଓ ଘଟଣା ରେ ଜଣେ ଅଟକBody:
ଶ୍ରୀ ମନ୍ଦିର ଭିତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ରେ ଶ୍ରୀମନ୍ଦିର ଭୋଗମଣ୍ଡପ ସମ୍ମୁଖ ଭାଗ ଓ ଆନନ୍ଦ ବଜାରର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଜଣେ ଯୁବତୀ ଟିକଟକରେ ବ୍ଯବହାର କରିଥିଲେ। ଯେଉଁଥିରେ ଭଜନ ରହିଥିଲା। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ପ୍ରସଙ୍ଗ କୁ ପୋଲିସ ଗୁରୁତ୍ବର ସହ ନେଇ ନାବାଳିକା ଙ୍କୁ ପୋଲିସ ଗତକାଲି ସିଂହଦ୍ୱାର ଥାନା ପୋଲିସ ଆଣି ଅଟକ ରଖି ପଚାର ଉଚର କରୁଛି ।ଯୁବତୀ ଜଣଙ୍କ ନାବାଳିକା ହୋଇଥିବାରୁ ପୋଲିସ ଏହାକୁ ଗରୁର୍ତ୍ତ୍ୱର ନେଇଛି। ପୋଲିସ ଟିକଟକ୍ ଆକାଉଣ୍ଟ ଆଧାରରେ ଜଣେ ନାବାଳିକାକୁ ଚିହ୍ନଟ କରିଥିଲା ସିଂହଦ୍ଵାର ପୁଲିସ, ଗତକାଲି ରାତିରେ ଅଣାଯାଇ ପଚରାଉଚରା କରାଯାଉଛି, ତାଙ୍କ ସହିତ ତାଙ୍କ ବାପାମାଆଙ୍କୁ ମଧ୍ୟ ପଚରାଉଚରା କରାଯାଉଛି, ସଂପୃକ୍ତ ନାବାଳିକା ଶ୍ରୀମନ୍ଦିର ଭିତରର ଭିଜୁଆଲକୁ ଟିକଟକ୍ ରେ ବ୍ଯବହାର କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ, ସେନେଇ ସିଂହଦ୍ୱାର ଥାନାରେ କେଶ ନ 295 (A)ipc,66 iT act, 30 ancient Act ଓ ଶ୍ରୀମନ୍ଦିର ଆଇନି 30(A)ରେ ମାମଲା ରୁଜୁ ହୋଇଛି। ମାତ୍ର ଏ ଖବର ପ୍ରସାରିତ ହେବାପରେ ସୋସିଆଲ ମିଡିଆରେ ନିଜର ଦୋଷ ସ୍ୱକାର କରିବା ସହ କ୍ଷମାପ୍ରାର୍ଥନା କରିଥିଲେ।,, ସେ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ସୁର ମହାପାତ୍ରଙ୍କ ଝିଅ ବୋଲି ଜଣାପଡିଛି। ତାଙ୍କ ବାପାମାଆଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ।।
ବାଇଟ-ଅରୁଣ କୁମାର ଜେନା(ଅତିରିକ୍ତ sp, ପୁରୀ)

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.