ETV Bharat / state

ଶ୍ରୀମନ୍ଦିର ୱାଚଟାୱାରରେ ବିଦେଶୀନି ଚଢିବା ମାମଲା: ମୁଁହ ଖୋଲିଲେ ଏସପି - ପୁରୀ ଏସପି ଉମାଶଙ୍କର ଦାସ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୱାଚ ଟାୱାରରେ ବିଦେଶୀନି ଚଢିବା ଘଟଣାରେ କ’ଣ କହୁଛନ୍ତି ପୁରୀ ଏସପି ପଢନ୍ତୁ...

PHOTO
Puri sp
author img

By

Published : Dec 30, 2019, 6:12 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରବିବାର ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ୱାଚ ଟାୱାରରେ ଚଢିଯାଇଥିଲେ ଜଣେ ବିଦେଶୀନି। ଖାଲି ଏତିକି ନୁହେଁ ୱାଚ ଟାୱାରରେ ଚଢି ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଯାହାକୁ ନେଇ ପୁଣିଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ୱାଚ ଟାୱାରରେ ବିଦେଶୀନି ଚଢିବା ମାମଲା ମୁଁହ ଖୋଲିଲେ ଏସପି

ଆଜି ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୁରୀ ଏସପି ଡ.ଉମାଶଙ୍କର ଦାସ କହିଛନ୍ତି ଯେ, ବିଦେଶିନୀ ୱାଚ ଟାୱାରରେ ଚଢ଼ୁଥିବା ବେଳେ ଉପରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତାଗିଦ କରିଥିଲେ। ଫଳରେ ସେମାନେ ତଳକୁ ଓହ୍ଲାଇ ଆସିଥିଲେ। କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀ ଭିତରକୁ ମୋବାଇଲ ନେଲେ ୱାଚ ଟାୱାରର ଉପରକୁ ଗଲେ ସେ ନେଇ ଏସପି କୌଣସି ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି। ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ଫୋନ ବାରଣ ଥିବାବେଳେ ବିଭିନ୍ନ ସମୟରେ ସୁରକ୍ଷା ବଳୟ ଭେଦ କରି ପର୍ଯ୍ୟଟକ ମୋବାଇଲ ଫୋନ ନେଉଥିବାରୁ ମନ୍ଦିର ସୁରକ୍ଷାକୁ ଅଧିକ ସୁଦୃଢ କରିବାର ଆବଶ୍ୟକତା ରହିଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା Body:ଗତକାଲି ରବିବାର ପୁଣି ଭାଇରାଲ ହୋଇ ଥିଲା ଏକ ଶ୍ରୀମନ୍ଦିର ର ଭିଡିଓ । 3ଜଣ ବିଦେଶିନୀ ପୋଲିସ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୱାଚ ଟାୱାରରେ ଚଢି ଶ୍ରୀମନ୍ଦିର ଭିତର ଦୃଶ୍ୟ ଉତ୍ତୋଳନ କରିଥିବା କୁହାଯାଉଛି । ତେବେ ଏହି ଘଟଣା ରେ ପୁରୀ ଏସପି ପ୍ରତିକ୍ରିୟା ରଖିଛନ୍ତି। ବିଦେଶିନୀ ମାନେ watch tower ଚଢ଼ୁ ଥିବା ବେଳେ ଉପରେ ଥିବା ସୁରକ୍ଷା କର୍ମୀ ଦେଖି ଥିଲେ। ପରେ ସୁରକ୍ଷା କର୍ମୀ କହିବାରୁ ସେମାନେ ତଳକୁ ଓଲ୍ହାଇ ଆସିଥିଲେ। ତେବେ ସୁରକ୍ଷା କର୍ମୀ ଥିବା ବେଳେ watch tower କୀଭଳି ଚଡିଲେ ବିଦେଶିନୀ ସେ ପ୍ରଶ୍ନ ର କିନ୍ତୁ ଏସପି ସନ୍ତୋଷ ଜନକ ଉତ୍ତର ରଖି ପାରି ନ ଥିଲେ। ତେବେ କେଵଳ ଗୋଟିଏ ଘଟଣା ନୁହେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ନିଷିଦ୍ଧ ଥିବା ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ମନ୍ଦିର ଭିତରକୁ ସହଜ ରେ ଲୋକ ମାନେ ମୋବାଇଲ ଫୋନ ନେଉଛନ୍ତି। ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଭିତର ଫୋଟୋ ଭାଇରଲ ହୋଇଛି। ଫଳରେ ଦିନକୁ ଦିନ ଶ୍ରୀମନ୍ଦିର କୁ ବିପଦ ବଢ଼ି ବାରେ ଲାଗିଛି। ଶ୍ରୀମନ୍ଦିର ଆତଂକ ବାଦୀ ଙ୍କ ଟାର୍ଗେଟ ରେ ଥିବା ଅନେକ ଥର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସରକାର ଓ ପୁରୀ ପୋଲିସ କୁ ସତର୍କ କରିଛି। ଏହା ସତ୍ତ୍ୱେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଦିନ କୁ ଦିନ ବିପନ୍ନ ହେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଇଟ,, ଉମାସଙ୍କର ଦାସ , ପୁରୀ ଏସପି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.