ETV Bharat / state

ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ; ୱାଚ ଟାୱାରରେ ଚଢି ଭିଡିଓ କଲେ ବିଦେଶିନୀ - shreemandir video viral

ତିନିଜଣ ବିଦେଶିନୀ ଅଚାନକ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ୱାଚ ଟାୱାରରେ ଚଢି ମନ୍ଦିର ଭିତରର ଦୃଶ୍ୟ ଉତ୍ତୋଳନ କରିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

shreemandir video viral
ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ
author img

By

Published : Dec 29, 2019, 7:11 PM IST

Updated : Dec 29, 2019, 8:23 PM IST

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିଡିଓ । 3ଜଣ ବିଦେଶିନୀ ପୋଲିସ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୱାଚ ଟାୱାରରେ ଚଢି ଶ୍ରୀମନ୍ଦିର ଭିତର ଦୃଶ୍ୟ ଉତ୍ତୋଳନ କରିଥିବା କୁହାଯାଉଛି । ଯାହାର ଭିଡିଓ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ

ଯାହାକୁ ନେଇ ସାଧାରଣରେ ଉଦବେଗ ପାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା କୁହାଯାଉଥିବା ବେଳେ ବିଦେଶୀ ମହିଳା ୱାଚ ଟାୱାରରେ ଚଢିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ସୁରକ୍ଷାକର୍ମୀଙ୍କୁ ଅବହେଳା ଯୋଗୁଁ ଘଟିଥିବା କୁହାଯାଉଛି । ସାଧାରଣତଃ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ଅବା ସାଧାରଣଲୋକ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରିବା ପାଇଁ କାହାରିକୁ ଅନୁମତି ନାହିଁ । ଏପରିସ୍ଥଳରେ ବିଦେଶୀ ପର୍ଯ୍ୟଟକଙ୍କ ଏଭଳି କାରନାମାକୁ ମଧ୍ୟ ସାଧାରଣରେ ନାପସନ୍ଦ କରାଯାଇଛି । ଅନ୍ୟପଟେ ଏନେଇ ପୁରୀ ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାଇରଲ ଭିଡିଓBody:Anchor-ଗୋଟେ ପଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଉଥିବା ବେଳେ ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଢିଲା | ତିନିଜଣ ବିଦେଶିନୀ ଅଚାନକ ସୁରକ୍ଷା କର୍ମୀ ମାନଙ୍କ ପାଇଁ ୱାଚ ଟାୱାର ରେ ଚଢି ମନ୍ଦିର ଭିତରର ଦୃଶ୍ୟ ଉତ୍ତାଳନ କରିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରଲ ହୋଇଛି। ଯାହା
ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି | ପୋଲିସ ସୁରକ୍ଷା କର୍ମୀ ମାନଙ୍କ ପାଇଁ ଉଦିଷ୍ଠ ଥିବା watch ଟାୱାର ମୁକୁଳା ଥିବା ବେଳେ ବିଦେଶୀ ପର୍ଯ୍ୟଟକ ଏହା ଉପରେ ଚଢ଼ିକିପରି ଗଲେ ଏବଂ watch ଟାୱାର ରେ କାର୍ଯ୍ୟ ରତ ପୋଲିସ କେଉଁଠି ଥିଲେ ତାହା ସବୁଠାରୁ ବଡ ପ୍ରଶ୍ନ | ଶ୍ରୀମନ୍ଦିର ସୁରକ୍ଷା ପାଇଁ ସହ ସହ ପୋଲିସ କର୍ମଚାରୀ ନିୟୋଜିତ ଥିବା ବେଳେ ସବୁଠାରୁ ବଡ ଥାନା ଭାବେ ପରିଚିତ ପୁରୀ ସିଂହଦ୍ୱାର ଥାନାର ଅଧିନରେ ଥିବା ଏହି watch ଟାୱାର ମୁକୁଳା ରହିବା ସବୁଠାରୁ ବଡ ବିଡମ୍ବନା ର ଘଟଣା ବୋଲି ଜଣା ପଡିଛି | ତିନି ଜଣ ବିଦେଶୀ ପର୍ଯ୍ୟଟକ watch ଟାୱାର ରେ ଚଢିବା ପାଇଁ ସକ୍ଷମ ହେଉଥିବା ବେଳେ ଆତଙ୍କ ବାଦୀ ମାନେ ମଧ୍ୟ ଅକ୍ଲେଶରେ watch ଟାୱାର ରେ ଚଢି ଯାଇ ପାରିବା କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ଅନୁମାନ କରାଯାଇପାରେ | ଏପରି ପରିସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷାପୁଣି ଢିଲା ବୋଲି ଅନୁମାନ କରାଯାଉଥିବା ବେଳେ ପୋଲିସର ଢିଲା ମନବୃତି ସ୍ପଷ୍ଟ ଅନୁମାନ କରାଯାଇ ପାରେ | ଅନ୍ୟପଟେ ଏହି ବିଷୟ ରେ ପୁରୀ ଏସପି ଙ୍କୁ ଯୋଗା ଯୋଗ କରାଯାଇ ଥିଲେ ମଧ୍ୟ ଏସପି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 29, 2019, 8:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.