ETV Bharat / state

ବଦଳିବ ପୁରୀର ଚିତ୍ର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ - ସର୍ବୋଚ୍ଚ ଅଦାଲତ

ସୋମବାର ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ପ୍ରକାଶ ପାଇଛି ପୁରୀ ମାମଲା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟ । ଏହି ରାୟକୁ ଶ୍ରୀମନ୍ଦିରର ସେବୟତ ସ୍ବାଗତ କରିଛନ୍ତି।

ବଦଳିବ ପୁରୀ ଚିତ୍ର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ
author img

By

Published : Nov 5, 2019, 7:23 PM IST

ପୁରୀ: ଆସି ସାରିଛି ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ । ସୋମବାର ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ପ୍ରକାଶ ପାଇଛି ସୁପ୍ରିମକୋର୍ଟଙ୍କ ରାୟ । ଏହି ରାୟକୁ ଶ୍ରୀମନ୍ଦିରର ସେବୟତ ସ୍ବାଗତ କରିଛନ୍ତି। ଏହା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବ ବୋଲି ମତ ରଖିଛନ୍ତି ସେବାୟତ।

ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିଜ ରାୟରେ 22ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 60 ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ମିଳିଛି।

ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା ନିର୍ଦ୍ଦେଶ ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିରରେ ଯେଭଳି ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ କାର୍ଯ୍ୟକାରୀ ହେବ ସେଥିଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଖଣ୍ଡପୀଠ ଶ୍ରୀମନ୍ଦିର ପରିସରରେ ଯେଭଳି ମହିଳାଙ୍କୁ ଅସଦାଚରଣ, ପକେଟମାର ଓ ଛିନ୍‌ତାଇ ଭଳି ଘଟଣା ନଘଟେ ସେଥିପ୍ରତି କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କର ଦେଶ ଭିତରେ ଯେତିକି ସମ୍ପତ୍ତି ରହିଛି ତାହାର ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ।

ବଦଳିବ ପୁରୀ ଚିତ୍ର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ

ଅନ୍ୟପକ୍ଷେରେ ସର୍ବୋଚ୍ଚ ଅଦାଲତ କେତେକ ସଂସ୍କାରମୂଳକ କାର୍ଯ୍ୟଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ସୁପ୍ରିମକୋର୍ଟ 60 ହଜାର ଭକ୍ତଙ୍କ ଲାଗି ଏକ ବିଶ୍ରାମଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋପରି ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବା ଉଚିତ ବୋଲି ମାମଲାର ଶୁଣାଣି ସମୟରେ ମତ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସେବାୟତ ସ୍ବାଗତ କରିଛନ୍ତି । ଏହାଦ୍ବାରା ଭକ୍ତ ଆନନ୍ଦରେ ଜଗନ୍ନାଥ ଦର୍ଶନ ଲାଭ କରିବେ । ସେହିପରି ସେବାୟତ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ ବୋଲି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କୁ ସ୍ୱାଗତBody:ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଆସି ସରିଛି ମଧ୍ୟବର୍ତ୍ତୀକାଳୀନ ରାୟ । ଗତକାଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ପ୍ରକାଶ ପାଇଛି ସୁପ୍ରିମକୋର୍ଟଙ୍କ ରାୟ । ଏହି ରାୟ କୁ ଶ୍ରୀମନ୍ଦିର ର ସେବୟତ ମାନେ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ଶ୍ରୀମନ୍ଦିର ରେ ଶୃଙ୍ଖଳା ଆସିବ ବୋଲି ମତ ଦେଇଛନ୍ତି ସେବୟତ।
ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିଜ ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା ନିର୍ଦ୍ଦେଶ ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଶ୍ରୀମନ୍ଦିରରେ ଯେଭଳି ସମସ୍ତ ନୀତିକାନ୍ତି ଯେଭଳି ପରମ୍ପରା ଅନୁସାରେ କାର୍ଯ୍ୟକାରୀ ହେବ ସେଥିଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।। ସେହିପରି ଖଣ୍ଡପୀଠ ଶ୍ରୀମନ୍ଦିର ପରିସରରେ ଯେଭଳି ମହିଳାଙ୍କୁ ଅସଦାଚରଣ, ପକେଟମାର ଓ ଛିନ୍‌ତାଇ ଭଳି ଘଟଣା ନ ଘଟେ ସେଥିପ୍ରତି କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କର ଦେଶ ଭିତରେ ଯେତିକି ସମ୍ପତ୍ତି ରହିଛି ତାହାର ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ଅନ୍ୟପକ୍ଷେରେ ସର୍ବୋଚ୍ଚ ଅଦାଲତ କେତେକ ସଂସ୍କାରମୂଳକ କାର୍ଯ୍ୟଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମଧ୍ୟ କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ୬୦,୦୦୦ ଭକ୍ତଙ୍କ ଲାଗି ଏକ ବିଶ୍ରାମଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋପରି ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବା ଉଚିତ ବୋଲି ମାମଲାର ଶୁଣାଣି ସମୟରେ ମତ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ କୁ ସେବୟତ ମାନେ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ଭକ୍ତ ମାନେ ଆନନ୍ଦ ରେ ଜଗନ୍ନାଥ ଦର୍ଶନ ଲାଭ କରିବେ। ସେହିପରି ସେବୟତ ମାନେ ସମସ୍ତ କର୍ଯ୍ୟ ରେ ସହଯୋଗ କରିବେ ବୋଲୀ କହିଛନ୍ତି।

ବାଇଟ,, ରଜତ ପ୍ରତିହାରୀ,, ବରିଷ୍ଠ ସେବୟତ
ବାଇଟ,, ରାମ ଦାସ ମହାପାତ୍ର,, ବରିଷ୍ଠ ସେବୟତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.