ETV Bharat / state

ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ, ସରକାର ପଦକ୍ଷେପ ନେବାକୁ ସେବାୟତଙ୍କ ଦାବି - jagannath temple

ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ବେନିୟମ ଭାବେ ତାରିଖ ଧାର୍ଯ୍ୟ କରାଯାଇ ଇସ୍କନ ତରଫରୁ ଗ୍ବାଲିୟର ସହରରେ ରଥଯାତ୍ରା ଆୟୋଜନ ହୋଇଥିବା ଅଭିଯୋଗ ଆଣିଛନ୍ତି ପୁରୀ ସେବାୟତ । ଅଧିକ ପଢନ୍ତୁ

ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ
ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ
author img

By

Published : Jun 16, 2023, 7:04 PM IST

ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ: ଇସ୍କନରେ ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ ହୋଇଛି। ଆସନ୍ତା 24 ତାରିଖରେ ମଧ୍ୟପ୍ରଦେଶର ଗ୍ବାଲିୟର ସହରରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ରଥଯାତ୍ରାକୁ ବିରୋଧ କରିଛନ୍ତି ପୁରୀ ସେବାୟତ। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି।

ଏହି ତିଥି ଅନୁଯାୟୀ ଆସନ୍ତା 20ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହାସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମନ୍ଦିରରେ ମଧ୍ୟ ସେହିଦିନ ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଇସ୍କନ ପକ୍ଷରୁ ଏହି ପରମ୍ପରା ଉଲ୍ଲଘଂନ କରାଯାଇ ମଧ୍ଯପ୍ରଦେଶର ଗ୍ବାଲିୟରରେ ଜୁନ 24 ତାରିଖରେ ରଥଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରାଯାଇ ବିଭିନ୍ନ ଆୟୋଜନ ହୋଇଛି। ଯାହାର ସୂଚନା ସୋସିଆଲ ମିଡ଼ିଆରେ ଦିଆଯାଥିବାବେଳେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ରଥଯାତ୍ରାକୁ ସଫଳ କରିବା ପାଇଁ ଗ୍ବାଲିୟର ଇସ୍କନ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।ଏହାସହ ରଥଯାତ୍ରାରେ ସାମିଲ ହୋଇ ଇସ୍କନକୁ ଅର୍ଥ ଦାନ କରିବା ପାଇଁ ମଧ୍ୟ ଆହ୍ଵାନ ଦିଆଯାଇଛି।

ପୂର୍ବରୁ ମଧ୍ୟ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନ ସବୁବେଳେ ବିବାଦରେ ରହିଆସିଛି। ଖାଲି ଦେଶ ନୁହେଁ, ବିଦେଶରେ ମଧ୍ଯ ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା ଆୟୋଜନ କରି କୋଟି କୋଟି ଟଙ୍କା ଦାନ ଆକାରରେ ସଂଗ୍ରହ କରୁଥିବା ଅଭିଯୋଗ ହୋଇଆସୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ସାରା ବିଶ୍ଵରେ ପ୍ରଚାର ପ୍ରସାର କରୁଥିବା ନେଇ ଦାବି କରି ଆସୁଥିବା ଇସ୍କନ ସଙ୍ଗଠନ ବାରମ୍ବାର ମହାପ୍ରଭୁଙ୍କ ପରମ୍ପରା ଉଲଘଂନ କରୁଥିବା ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ଗଜପତି ମହାରାଜ ଏବଂ ସେବାୟତ ଇସ୍କନକୁ ଏଭଳି ବେନିୟମ କାର୍ଯ୍ୟ ନ କରିବାକୁ ସଚେତନ କରୁଥିଲେ ମଧ୍ୟ ଇସ୍କନ ପକ୍ଷରୁ ପାଳନ କରାଯାଉନାହିଁ।

ଏଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଇସ୍କନର ବେଆଇନ ରଥଯାତ୍ରା ଆୟୋଜନ ଉପରେ ରୋକ୍ ଲଗାଇବା ପାଇଁ ପୁରୀରେ ମହାପ୍ରଭୁଙ୍କ ସେବକମାନେ ଦାବି କରିଛନ୍ତି। ଏହାସହ ମହାପ୍ରଭୁଙ୍କ ପରମ୍ପରା ଉଲଘଂନ କରୁଥିବା ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବାକୁ ସେବାୟତଙ୍କ ପକ୍ଷରୁ ଦାବି ଜୋର ଧରିଛି।

ଅପରପକ୍ଷେ ଏହି ପ୍ରସଙ୍ଗ ଉପରେ ମତ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେ କହିଛନ୍ତି, "ଏହି ଘଟଣା ନେଇ ସେ ଅବଗତ ନାହାନ୍ତି। ସେଭଳି କିଛି ଅଭିଯୋଗ ଆସିଲେ ଆଇନ ଅନୁଯାଇ ପଦକ୍ଷେପ ନିଆଯିବ। " ତେବେ ଇସ୍କନ ପକ୍ଷରୁ ବାରମ୍ବାର ଅଦିନିଆ ରଥଯାତ୍ରା କରାଯାଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଏହା ବିରୋଧରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଉନଥିବା କାରଣରୁ ଅସନ୍ତୋଷ ପ୍ରକାଶ ପାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.