ETV Bharat / state

କୌଣସି କାମରେ ମୋତେ ପଚାରୁନାହାଁନ୍ତି, ସୁପ୍ରିମକୋର୍ଟଙ୍କ ନିୟମ ମାନୁନାହାଁନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ । କହିଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ସମସ୍ତେ ମୋ ଠାରୁ ଦୂରତା ଅବଲମ୍ବନ କରୁଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 7, 2023, 6:58 PM IST

Updated : Dec 7, 2023, 8:42 PM IST

Puri Sankaracharya
Puri Sankaracharya
କୌଣସି କାମରେ ମୋତେ ପଚାରୁନାହାଁନ୍ତି, ସୁପ୍ରିମକୋର୍ଟଙ୍କ ନିୟମ ମାନୁନାହାଁନ୍ତି: ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିର ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଉନାହାନ୍ତି ସରକାର କି ପ୍ରଶାସନ। ରତ୍ନଭଣ୍ଡାର ହେଉ କିମ୍ବା ପରିକ୍ରମା ପ୍ରକଳ୍ପ କିମ୍ବା ଚାରିଦ୍ଵାର ପ୍ରସଙ୍ଗ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କୁ ଅବଗତ କରାଯାଉନାହିଁ କି ତାଙ୍କର ମତାମତ ନେଉନାହାନ୍ତି ବୋଲି ଗତକାଲି ଗୁଜୁରାଟର ଏକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ଏହାପରେ ବିଜେପି ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ସମାଲୋଚନା ମଧ୍ୟ କରିଛି ।

ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚିଳାନନ୍ଦ ସରସ୍ବତୀ କହିଛନ୍ତି, "ମୋତେ କେହି ପଚାରୁନାହାଁନ୍ତି କି କୌଣସି ପରାମର୍ଶ ନେଉନାହାନ୍ତି । ରାଜ୍ୟସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ସମସ୍ତେ ମୋ ଠାରୁ ଦୂରତା ଅବଲମ୍ବନ କରୁଛନ୍ତି । ଶ୍ରୀମନ୍ଦିରର ଯେକୌଣସି କାର୍ଯ୍ୟରେ ମୋର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି । ରଥଯାତ୍ରା ସମୟରେ କେବଳ ରଥ ଉପରକୁ ଯିବା ବ୍ୟତୀତ ତାଙ୍କର ଆଉ କିଛି ସମ୍ପର୍କ ନାହିଁ ।ଏପରିକି ମୁଁ ଦୁର୍ନୀତିକୁ କେବେବି ସମର୍ଥନ କରିବି ନାହିଁ ବୋଲି ଜଣାଥିବାରୁ ପ୍ରଶାସନ କି ସେବାୟତ ମୋତେ ଯୋଗାଯୋଗ କରୁନାହାନ୍ତି । ଗଜପତି ମହାରାଜା କେବଳ ସିଷ୍ଟାଚର ଦୃଷ୍ଟିରୁ ମଝିରେ ମଝିରେ ଆସି ଦେଖା କରୁଛନ୍ତି । ହେଲେ ସେ ବି ସବୁବେଳେ ଦୂରେଇ ରହୁଛନ୍ତି ।" ଜଗନ୍ନାଥ ମନ୍ଦିରରେ ଉନ୍ନତି ନା ଅନେକ ପ୍ରକଳ୍ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କିଛି ସେବାୟତ ଦୁର୍ନୀତିରେ ବୁଡି ରହିଥିବା ପରୋକ୍ଷରେ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଏହା ବି ପଢନ୍ତୁ- ଗୋବର୍ଦ୍ଧନ ପୀଠକୁ ଅବହେଳା, ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ସେହିଭଳି ଶ୍ରୀମନ୍ଦିର ୪ ଦ୍ବାର ପ୍ରସଙ୍ଗରେ ସେ ମତ ରଖି କହିଛନ୍ତି, "ଦକ୍ଷିଣ ଦ୍ବାର କେବଳ ମୋ ପାଇଁ ଖୋଲିପାରେ । ସମସ୍ତଙ୍କ ପାଇଁ ନୁହେଁ । ଭଗବାନ କେବଳ ମୋତେ ଦୂରରେ ରଖି ନାହାଁନ୍ତି ଆଉ ସବୁ ମୋତେ ଦୂରେଇ ଦେଇଛନ୍ତି । ମୁକ୍ତିମଣ୍ଡପ ନିକଟରେ ମଦର ଆସର ଜମୁଛି । ମୁଁ ନାଚାର।" ତେବେ ଏହାକୁ ନେଇ ବିଜେପି କହିଛି ଯେ ରାଜ୍ୟ ସରକାର ସନାତନ ଧର୍ମ ବିରୋଧୀ । ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭକୁ ସରକାର ଓ ପ୍ରଶାସନ ଗୁରୁତର ସହ ନିଅନ୍ତୁ । ଜଗନ୍ନାଥ ସଂସ୍କୃତି ଓ ପ୍ରତିଦିନର ପୂଜା ପଦ୍ଧତିରେ ଅଂଶ ବିଶେଷ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ହୋଇଥାଏ ।

ଯଦି ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ତାଙ୍କୁ ଅଣଦେଖା କରୁଛନ୍ତି ଯାହାକୁ ବିଜେପି ବଦୃଢ଼ ନିନ୍ଦା କରିଛି । ଖାଲି ସୁନ୍ଦର କଲେ ହେବ ନାହିଁ, ଐତିହ୍ୟ ଏବଂ ପରମ୍ପରା ବଜାଇ ରଖିବା ସରକାରଙ୍କ କର୍ତ୍ତବ୍ୟ । ଶଙ୍କରାଚାର୍ଯ୍ୟଙ୍କ ମନରେ କ୍ଷୋଭ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ କଷ୍ଟ ଦେଇଛି । ତୁରନ୍ତ ଏହାର ସମାଧାନ କରନ୍ତୁ ରାଜ୍ୟ ସରକାର । ଦେଶରେ ଚାରିଧାମ ଭିତରେ ପୁରୀ ହେଉଛି ଏକ ଧାମ । ଏହି ଅବସରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତାମତ ନ ଲୋଡିବା ଦୁଃଖଦାୟକ ବୋଲି କହିଛି ବିଜେପି । ସେପଟେ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ଉପରେ ମତ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଆମେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବହୁତ ସମ୍ମାନ କରୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ତାଙ୍କୁ ନିମନ୍ତ୍ରଣ କରାଯିବ । ତାଙ୍କର ପରାମର୍ଶରେ ପ୍ରଶାସନ ସବୁ କାର୍ଯ୍ୟ କରିବ ।"

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

Last Updated : Dec 7, 2023, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.