ETV Bharat / state

ପୁରୀରେ 87 ବର୍ଷର ଭାଙ୍ଗିଲା ରେକର୍ଡ, ୩୪୧ ମିମି ବର୍ଷା

ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପୁରୀରେ 341 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 13, 2021, 2:16 PM IST

ପୁରୀରେ ୩୪୧ ମିମି ବର୍ଷା ରେକର୍ଡ
ପୁରୀରେ ୩୪୧ ମିମି ବର୍ଷା ରେକର୍ଡ

ପୁରୀ: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହୋଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପୁରୀରେ 87 ବର୍ଷର ରେକର୍ଡ ଭାଙ୍ଗି 341 ମିମି ବର୍ଷା ହୋଇଥିବା ଆକଳନ କରାଯାଇଛି । ଫଳରେ ପୁରୀ ସହରର କିଛି ଅଞ୍ଚଳ ଏବଂ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ଅନେକ ସ୍ଥାନରେ 3 ରୁ 4 ଫୁଟ ପାଣି ଜମି ରହିଥିବା ଯୋଗୁଁ ଯାତାୟତରେ ମଧ୍ୟ ବାଧା ଉପୁଜିଛି ।

ପୁରୀରେ ୩୪୧ ମିମି ବର୍ଷା ରେକର୍ଡ

ବିଶେଷ ପୁରୀର ସୁଜାତା ନଗର , ମାଟି ତୋଟା , ବାଲି ଘାଟ , ବଳିଆ ପଣ୍ଡା , ଆଦି ଅଞ୍ଚଳରେ ଲୋକ ମାନେ ଜଳ ବନ୍ଦୀ ହୋଇ ରହିଛନ୍ତି । ଗତକାଲି (ରବିବାର) ରାତିରୁ ପୁରୀରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି । ସେପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍ଥିତି ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଥିବା ବେଳେ କୋଭିଡ ଟୀକାକରଣ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ନ ହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.