ETV Bharat / state

ତିନି ରଥର ଚାଲିଛି ଗୟଳ ଚିରଟ କାର୍ଯ୍ୟ - ରଥର ଚାଲିଛି ଗୟଳ ଚିରଟ କାର୍ଯ୍ୟ

ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା । କମାରଶାଳରେ କମାର ସେବକ, ରଥଖଳାରେ ମହାରଣା ସେବକ ଓ ଭୋଇ ସେବକଙ୍କ ଭଳି ଦୋଳବେଦୀରେ କରତିଆ ସେବକମାନେ ଗୟଳ ଚିରଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଅଧିକ ପଢନ୍ତୁ...

ତିନି ରଥର ଚାଲିଛି ଗୟଳ ଚିରଟ କାର୍ଯ୍ୟ
ତିନି ରଥର ଚାଲିଛି ଗୟଳ ଚିରଟ କାର୍ଯ୍ୟ
author img

By

Published : Jun 6, 2021, 9:34 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା । ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏପଟେ ଦୋଳବେଦୀ ମଧ୍ୟ ବେଶ୍ ଚଳଚଞ୍ଚଳ । କମାରଶାଳରେ କମାର ସେବକ, ରଥଖଳାରେ ମହାରଣା ସେବକ ଓ ଭୋଇ ସେବକଙ୍କ ଭଳି ଦୋଳବେଦୀରେ କରତିଆ ସେବକମାନେ ଗୟଳ ଚିରଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ତିନି ରଥର ଚାଲିଛି ଗୟଳ ଚିରଟ କାର୍ଯ୍ୟ

ରଥକୁ ବାନ୍ଧି ରଖିବା ସହିତ ରଥର ସୌନ୍ଦର୍ଯ୍ୟ ବଢ଼େଇବ । ଏଥିପାଇଁ ରଥଖଳାରେ ଆବଶ୍ୟକ ପଡ଼େ ୪୦ ଫୁଟିଆ ଧଉରା କାଠ। ଏହି ବିଶାଳକାୟ କାଠକୁ ପୋଲ ଗୟଳ ମଧ୍ୟ କୁହାଯାଏ। କରତିଆ ସେବକମାନେ ଏହି ଲମ୍ବା ଧଉରା କାଠକୁ କରତ ଦ୍ବାରା ଚିରଟ କରିଥାନ୍ତି।

ତିନିରଥ ମଧ୍ୟରୁ ବଡ଼ଠାକୁରଙ୍କ ତାଳଧ୍ବଜ ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ କରାଯିବ। ତିନୋଟି କାଠରୁ ୬ ଟି ପଟ ବାହାର କରାଯିବା ପରେ ହିଁ ସ୍ନାନପୂର୍ଣ୍ଣିମାରେ ଚାରିନାହାକାର ଅନୁକୂଳ ହେବ ବୋଲି କହିଛନ୍ତି କରତିଆ ସେବକ।

ତିନିରଥର ୨୮ଟି ଚକ କାମ ସରିଛି। ଏବେ ରଥର ଉପରିଭାଗର କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ବଜ ରଥର ୧୦ଟି ଚକ, ଦେବଦଳନ ରଥର ୮ଟି ଚକ ଓ ୬ଟି ଅଖ ଏବଂ ନନ୍ଦିଘୋଷ ରଥର ୧୦ଟି ଚକ କାମ ସରିଛି। ଆଉ ୪ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥର ଓରା ଓ ଖମ୍ବି କାମ ଚାଲିଛି। ରଥରେ ୪ଟି ଲେଖାଏଁ ଓରା ଓ ୮ଟି ଲେଖାଏଁ ଖମ୍ବି ଲାଗିବ। ଏହା ରଥ ଭୂଇଁ ନିର୍ମାଣରେ ଲାଗିବ।

ଭୋଇ ସେବକମାନେ ଯନ୍ତାଗାଡ଼ରେ ଅର ସହିତ ତୁମ୍ବ ସଂଯୋଗ କରି ରଥଖଳାରେ ପହଞ୍ଚାଉଛନ୍ତି। କମାରସେବକ ଚାରିନାହାକା ପାଇଁ ଚଣାକ କଣ୍ଟା, ଗୟଳ ବାନ୍ଧେଣୀ ପାଇଁ ଯୋଖା, ଦୁଆରବନ୍ଧ ପାଇଁ ଅଗପାତେଳି କଣ୍ଟା, ଗୟଳ କଣ୍ଟା ଓ ସିଙ୍ଗଡ଼ା କଣ୍ଟା ତିଆରି କରୁଛନ୍ତି। ଖୁମ୍ବି, ଜଳଯନ୍ତ୍ର,କୁଡୁକା କାମ ଶେଷ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.