ETV Bharat / state

ଜାଲ୍‌ ଦସ୍ତଖତରେ ଜଗା ଜମି ହଡ଼ପ ଉଦ୍ୟମ, ପୁରୀ ପୋଲିସର ଖୋଳତାଡ୍‌

author img

By

Published : Oct 21, 2021, 3:37 PM IST

ବାଲେଶ୍ବର ଜିଲ୍ଳା ସୋର ତହସିଲ ରାଇପୁର ମୌଜା ଅଞ୍ଚଳରେ ତିନିଜଣ ଆବେଦନକାରୀଙ୍କ ନାମରେ ଜମି ମାଲିକାନା ରେକର୍ଡ କରିବାକୁ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ ଦସ୍ତଖତ ଥିବା ଚିଠି ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିଲା । ଅଧିକ ପଢନ୍ତୁ...

Puri police start investigating a case of attempting land grabbing with fake signature
ଜାଲ୍‌ ଦସ୍ତଖତରେ ଜଗା ଜମି ହଡ଼ପ ଉଦ୍ୟମ, ପୁରୀ ପୋଲିସର ଖୋଳତାଡ୍‌

ପୁରୀ: ଜାଲ୍‌ ଦସ୍ତଖତରେ ମହାପ୍ରଭୁଙ୍କ ଜମି ହଡ଼ପ ଉଦ୍ୟମ ଘଟଣାରେ ପୁରୀ ପୋଲିସର ଖୋଳତାଡ। ଜାଲ ଦସ୍ତଖତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ହଡପ ଉଦ୍ୟମ ଘଟଣା ନେଇ ପୁରୀ ପୋଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି। ବାଲେଶ୍ବର ଜିଲ୍ଲା ସୋର ତହସିଲଦାରଙ୍କ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ପରେ ଏଭଳି ଜାଲିଆତି ସାମ୍ନାକୁ ଆସିଛି ।

ତିନୋଟି ଜାଲ୍ ଚିଠି ଓ ସୁପ୍ରିମକୋର୍ଟ ମିଥ୍ୟା ଡକ୍ୟୁମେଣ୍ଟ ଦେଇ ଏହି ଜାଲିଆତି କରାଯାଇଛି। ଏ ନେଇ ସୋର ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବାଲେଶ୍ବର ପୋଲିସକୁ ତଦନ୍ତରେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପୁରୀ ଏସପି କେ. ବିଶାଳ ସିଂ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସୋର ଥାନାରେ ମାମଲା ରୁଜୁ ହୋଇଥିବାରୁ ଏଠାରେ ଆଉ ମାମଲା କରାଯାଇନାହିଁ ।

ବାଲେଶ୍ବର ଜିଲ୍ଲା ସୋର ତହସିଲ ରାଇପୁର ମୌଜା ଅଞ୍ଚଳରେ ତିନିଜଣ ଆବେଦନକାରୀଙ୍କ ନାମରେ ଜମି ମାଲିକାନା ରେକର୍ଡ କରିବାକୁ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ ଦସ୍ତଖତ ଥିବା ଚିଠି ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିଲା । ଏହି ଚିଠି ସହ ଶ୍ରୀମନ୍ଦିର ଜମି ଜବରଦଖଲକାରୀଙ୍କ ନାମରେ ଶ୍ରୀଜଗନ୍ନାଥଙ୍କ ଜମି ରେକର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ଏକ ଜାଲ୍‌ ଆଦେଶନାମାକୁ ସଂଯୋଗ କରାଯାଇଥିଲା।

ଦରଖାସ୍ତ ଗୁଡିକ ଉପରେ ସୋର ତହସିଲଦାର ସନ୍ଦେହ ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହି ଚିଠି ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିବା କାଗଜପତ୍ର ଜାଲ୍‌ ହୋଇଥିବା ଜଣାପଡିଛି। ଏହି ତଥ୍ୟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାଲେଶ୍ବର ଓ ପୁରୀ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.