ETV Bharat / state

ନୀଳାଚଳ ଭକ୍ତ ନିବାସ ନାଁରେ ସାଇବର ଠକେଇ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ - ପୁରୀ ପୋଲିସ

ପୁରୀ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ନିବାସ ନାଁରେ ସାଇବର ଠକେଇ ଘଟଣା । ୨ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁରୀ ପୋଲିସ । ଅଧିକ ପଢନ୍ତୁ

Nilachal Bhakta Niwas
Nilachal Bhakta Niwas
author img

By

Published : Feb 7, 2023, 10:06 PM IST

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ନୀଳାଚଳ ଭକ୍ତ ନିବାସ ନାଁରେ ସାଇବର ଠକେଇ ଘଟଣା । ଏହାର ତଦନ୍ତ କରି ପୁରୀ ପୋଲିସ ୨ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୀଳାଚଳ ଭକ୍ତନିବାସ ନାମରେ ଏକ ଫେକ୍ ୱେବସାଇଟ କରି ପର୍ଯ୍ୟଟକଙ୍କ ଠାରୁ ଲୁଟ କରାଯାଉଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ୨ଜଣଙ୍କ ଠକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅନ୍ୟପଟେ ସାଇବର ଠକାମି ଶିକାରରୁ ବର୍ତ୍ତିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ଦ୍ବିତୀୟ ସାଇବର ଠକେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Nilachal Bhakta Niwas
ନୀଳାଚଳ ଭକ୍ତ ନିବାସ ନାଁରେ ନକଲି ୱେବସାଇଟ

ଗତ ନଭେମ୍ବର ୨୪ ତାରିଖ ୨୦୨୨ ମସିହାରେ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୀଳାଚଳ ଭକ୍ତନିବାସ ନାମରେ ଏକ ନକଲି ୱେବସାଇଟ କରି ପର୍ଯ୍ୟଟକଙ୍କଠାରୁ ଲୁଟ କରୁଥିଲେ। ଏହି ଘଟଣାକୁ ତଦନ୍ତ କରି ପୁରୀ ପୋଲିସ କେନ୍ଦୁଝର ଅଗରପଡାର ଚନ୍ଦନ ସିଂ ଓ ଭଦ୍ରକ ଚରମ୍ପାର ଗୌତମ ସାହୁଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ମୁଖ୍ୟ ଅଭିଯୁକ୍ତକୁ ୱେବ ସାଇଟରେ ବ୍ୟବହାର ହେଉଥିବା ସିମ ଯୋଗାଉଥିବା ବେଳେ ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ୩୧ଟି ସିମକାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଡିଭାଇସ୍ ଓ କଡ୍‌ ଜବତ କରିଛି ।

ସେମାନଙ୍କ ବିରୁଦ୍ଧରେ ପୋଲିସ ୧୧୬/୨୦୨୨, ୪୯୯, ୪୨୦, ୧୨୦(b)IPC,‌ ୬୬ (C), ୬୬( D), IT ACTରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଏହି ଭକ୍ତ ନିବାସ ନାଁରେ ଠକାମିର ଶିକାର ହୋଇଥିବା ଭକ୍ତମାନେ ପୋଲିସକୁ ଉପଯୁକ୍ତ ପ୍ରମାଣ ଦେଖାଇଲେ ସେମାନେ ତାଙ୍କ ଅର୍ଥ ରାଶି ଫେରି ପାଇବେ। ତେବେ ସାଇବର ଠକାମି ଶିକାରରୁ ବର୍ତ୍ତିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ଦ୍ବିତୀୟ ସାଇବର ଠକେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ହୋଟେଲ ଆସୋସିଏସନ ମାନଂକୁ ନେଇ ଟାଉନ ଥାନା କନଫରେନ୍ସ ହଲଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହା ବି ପଢନ୍ତୁ- ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାକ ପର୍ଯଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି । ତେବେ ସେମାନଙ୍କ ରହଣି ନେଇ ବିଭିନ୍ନ ହୋଟେଲ ସମେତ ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ ବୁକିଂ କରିବା ଲାଗି କୌଣସି ଠକାମୀରେ ନ ପଡିବେ ସେ ନେଇ ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିସହ ବିଭିନ୍ନ ହୋଟେଲ ଗୁଡିକ ନାଁରେ ଫେକ୍ ୱେବସାଇଟ ମାଧ୍ୟମରେ କିଭଳି ଫ୍ରଡ ହୋଇନପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଯେଉଁ ସବୁ ହୋଟେଲଗୁଡିକ ୱେବସାଇଟ ନାମରେ ମିଛ ୱେବସାଇଟ ଖୋଲି ଠକାମି ହେଉଥିବା ନଜିରକୁ ଆସେ ତେବେ ସଙ୍ଗେ ସଙ୍ଗେ ସାଇବର ଥାନାରେ ଜଣାଇବା ପାଇଁ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥୁବା ଭକ୍ତ ଏବଂ ପର୍ଯଟକଙ୍କୁ ଅନଲାଇନ ବୁକିଂ ସହଜ ହେବା ସହ ସେମାନେ କିପରି ଉତ୍ତମ ସେବା ପାଇ ପାରିବେ ସେ ନେଇ ସମସ୍ତ ହୋଟେଲ ମାଲିକ ଙ୍କ ସହ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହି ଅନଲାଇନ ଫ୍ରଡ଼ ରୋକିବା ଲାଗି ଆଇଟି ଏକ୍ସପର୍ଟଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି ହୋଟେଲିୟର୍ସ କହିଛନ୍ତି । ପୁରୀ ସହରକୁ ସାଇବର କ୍ରାଇମ ମୁକ୍ତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ସାଇବର ଠକଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.