ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ କାଟ, ହନ୍ତସନ୍ତ ରୋଗୀ - ହନ୍ତସନ୍ତ ରୋଗୀ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘୋର ଅବ୍ୟବସ୍ଥା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ହନ୍ତସନ୍ତ ରୋଗୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 11, 2023, 9:56 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ କାଟ

ପୁରୀ: ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଚରମ ସୀମାରେ ପହଞ୍ଚିଛି ଅବ୍ୟବସ୍ଥା । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଚିକିତ୍ସା ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ମେଡିକାଲ ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ଥିବାବେଳେ ଅନେକ ଜରୁରୀ ଚିକିତ୍ସା ସେବା ପାଇବାରୁ ରୋଗୀମାନେ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଏହି ସମସ୍ୟାର ସମାଧାନ ନକଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ନଗର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ରୋଗୀମାନେ ଉତ୍ତମ ଚିକିତ୍ସା ସେବା ନପାଇ ହନ୍ତସନ୍ତ ହେଉଛନ୍ତି ରୋଗୀ । ପ୍ରଶାସନିକ ଅଧିକାରୀଙ୍କ ଏଭଳି ହାଲକା ଫୁଲକା ଆଚରଣକୁ ନେଇ ରୋଗୀ ଓ ବୁଦ୍ଧିଜୀବିମାନେ କଡ଼ା ନିନ୍ଦା କରିଛନ୍ତି । ପୁରୀ ମେଡିକାଲରେ ଦେଖାଦେଇଛି ଅଭାବନୀୟ । ମେଡିକାଲ ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ଥିବାବେଳେ ଅନେକ ଜରୁରୀ ଚିକିତ୍ସା ସେବା ପାଇବାରୁ ରୋଗୀମାନେ ବଞ୍ଚିତ ହୋଇଛନ୍ତି । ବିଦ୍ୟୁତ ବିଭ୍ରାଟ ଯୋଗୁଁ ଡାକ୍ତରମାନେ ମଧ୍ୟ ସଠିକ ଭାବେ ରୋଗୀଙ୍କ ଚିକିତ୍ସା କରିପାରୁନାହାନ୍ତି ।

ଅଧିକାଂଶ ସମୟ ପୁରୀ ମେଡିକାଲରେ ଏଭଳି ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଥିବାରୁ ଏହାକୁ ନେଇ ରୋଗୀ, ସମ୍ପର୍କୀୟ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ନଗର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି। ତେବେ କେବଳ ବିଦ୍ୟୁତ ବିଭ୍ରାଟରେ ସୀମିତ ନାହିଁ ପୁରୀ ମେଡିକାଲ। ଜରୁରୀ ସମୟରେ ଫୋନ କଲେ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହା ଫଳରେ ଅନେକ ରୋଗୀଙ୍କ ଅକାଳରେ ମୃତ୍ୟୁ ହେଉଛି।

ଏହା ବି ପଢନ୍ତୁ- RathaKhala Halchal: ତିନି ରଥର 25 ଚକ ନିର୍ମାଣ ଶେଷ, କାଲି ଭଉଁରୀ ତିଥି

ଶ୍ରୀକ୍ଷେତ୍ର ଭଳି ଏକ ଧାର୍ମିକ ତଥା ଅନ୍ତର୍ଜାତୀୟ ସହରରେ ଥିବା ମେଡିକାଲର ଯଦି ଏଭଳି ଅବ୍ୟବସ୍ଥା ତାହାଲେ ଗ୍ରାମାଞ୍ଚଳରେ ଆମ୍ବୁଲାନ୍ସ ସେବା କିଭଳି ମିଳୁଥିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । ପୁରୀ ମେଡିକାଲକୁ ଅତ୍ୟାଧୁନିକ ମେଡିକାଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ସିଡିଏମଓଙ୍କ ଅପାରଗତା ଯୋଗୁଁ ଏହି ଅର୍ଥ ସଠିକ୍ ଦିଗରେ ବିନିଯୋଗ ହେଉ ନଥିବା ଅଭିଯୋଗ ହୋଇଛି।

ଫଳରେ ଦିନକୁ ଦିନ ମେଡିକାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏକ ଦକ୍ଷ ଅଧିକାରୀଙ୍କୁ ପୁରୀ ମେଡିକାଲ ପରିଚାଳନା ଭାର ଦେବାକୁ ଦାବି ଉଠିଥିବା ବେଳେ ମେଡିକାଲର ଏଭଳି ଅବ୍ୟବସ୍ଥାକୁ ଅତିରିକ୍ତ ଜିଲ୍ଲାପାଳ ସ୍ବୀକାର କରିଛନ୍ତି । ଖୁବଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ମେଡିକାଲରେ ଥିବା ସମସ୍ତ ଅବ୍ୟବସ୍ଥାକୁ ଦୂର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.