ETV Bharat / state

ଭୂ-ସମ୍ପତି ସୁରକ୍ଷାର ଜରୁରୀ ବୈଠକ: ତୁରନ୍ତ ସମସ୍ୟା ବୁଝିବାକୁ ଦାବି - ବଂଶାନୁକ୍ରମିକ

ରାଜା ରାଜୁଡା ଅମଳରୁ ଖଜଣା ପଇଠ କରି ଜାଗା କିଣି ଘର କରିଥିଲେ ଲୋକେ । କିନ୍ତୁ ଲୋକଙ୍କର ସମସ୍ୟାକୁ ଅଣଦେଖା କରି ହଠାତ୍‌ ସମସ୍ତ ପଟ୍ଟାକୁ ରଦ୍ଦ କରି ସରକାର ଜମିଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 15, 2019, 1:52 AM IST

ପୁରୀ: ଭୂ-ସମ୍ପତି ସୁରକ୍ଷା ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇ ଲୋକ ପରିଷଦର ସମସ୍ୟା ଶୁଣିଛନ୍ତି । ପୁରୀ ସର୍କିଟ ହାଉସଠାରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର କର୍ମକର୍ତ୍ତାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମଧ୍ୟ ଯୋଗ ଦେଇଥିଲେ ।

ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ଜମିରେ ବର୍ଷ ବର୍ଷ ଧରି ବଂଶାନୁକ୍ରମିକ ଭାବରେ ରହୁଥିବା ବ୍ୟକ୍ତିଙ୍କୁ ସ୍ଥାୟୀ ପଟ୍ଟା ରାଜ୍ୟ ସରକାର ଦେବାକୁ ଭୂ- ସମ୍ପତି ସୁରକ୍ଷା ପରିଷଦର କର୍ମକର୍ତ୍ତା ଦାବି କରିଛନ୍ତି । ଅନୁଷ୍ଠାନର ଅଭିଯୋଗ ଅନୁସାରେ ଶ୍ରୀଜଗନ୍ନାଥ ଜମି ମାଲିକାନାକୁ ନେଇ ରହିଥିବା ମାମଲାରେ ସୁପ୍ରିମକୋର୍ଟ ପୁରୀର ସମସ୍ତ ମଠ ଜମି ମାଲିକାନା ଶ୍ରୀଜଗନ୍ନାଥ ମନ୍ଦିର ନାମରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମଠରୁ ଜମି କିଣି ବଂଶାନୁକ୍ରମିକ ଭାବରେ ରହି ଆସୁଛନ୍ତି ପୁରୀ ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କିନ୍ତୁ ଏବେ ଜମି ଶ୍ରୀଜଗନ୍ନାଥ ମନ୍ଦିର ନାମରେ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଜମି ଦଖଲକାରୀଙ୍କୁ ନୂଆ ଦର ଦେଇ ଜମି ଦଖଲ କରିବାକୁ ନୋଟିସ ଦେଇଛି । ଯେଉଁଥିରେ ପୁଣି ଦର ବହୁ ପରିମାଣର ରହିଛି । ଯାହାକି ଏବେ ସାଧାରଣ ଲୋକେ ଦେବାକୁ ଅସମର୍ଥ ।

ଅନ୍ୟପଟେ ରାଜା ରାଜୁଡା ଅମଳରୁ ଖଜଣା ପଇଠ କରି ଜାଗା କିଣି ଘର କରିଥିଲେ ଲୋକେ । କିନ୍ତୁ ଲୋକଙ୍କର ସମସ୍ୟାକୁ ଅଣଦେଖା କରି ହଠାତ୍‌ ସମସ୍ତ ପଟ୍ଟାକୁ ରଦ୍ଦ କରି ସରକାର ଜମିଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରାଇ ଦେଇଛନ୍ତି । ଯାହାକି ସମ୍ପୂର୍ଣ ବେଆଇନ ବୋଲି ଅନୁଷ୍ଠାନ କହିଛି । ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ସମସ୍ୟା ବିଷୟରେ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ପୁରୀ ସହରବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭୁ ସମ୍ପତ୍ତି ସୁରକ୍ଷା ପରିଷଦ ବୈଠକBody:ଭୁ ସମ୍ପତି ସୁରକ୍ଷା ପରିଷଦ ର ଏକ ବୈଠକ ପୁରୀ ଏମପି ପିନାକୀ ମିଶ୍ର ଙ୍କ ସହ ଅନୁଷ୍ଠିତ ହୋଇ ଯାଇଛି। ପୁରୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ବୈଠକରେ ପରିଷଦ ର କର୍ମକର୍ତା ଙ୍କ ସମେତ ସହର ର ବୋହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ମୁଖ୍ୟତ ଶ୍ରୀଜଗନ୍ନାଥ ଙ୍କ ଜମିରେ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଭାବରେ ରହୁ ଥିବା ବ୍ୟକ୍ତି ଙ୍କୁ ସ୍ଥାୟୀ ପଟା ରାଜ୍ୟ ସରକାର ଦେବାକୁ ଭୁ ସମ୍ପତି ସୁରକ୍ଷା ପରିଷଦ ର କର୍ମକର୍ତା ଦାବି କରିଥିଲେ। ଅନୁଷ୍ଠାନ ର ଅଭିଯୋଗ ଅନୁସାରେ ଶ୍ରୀଜଗନ୍ନାଥ ଜମି ମାଲିକାନା କୁ ନେଇ ଥିବା ମାମଲାରେ ସୁପ୍ରିମକୋର୍ଟ ପୁରୀ ର ସମସ୍ତ ମଠ ର ଜମି ମାଲିକାନା ଶ୍ରୀଜଗନ୍ନାଥ ମନ୍ଦିର ନାମରେ ହେବାକୁ ନିର୍ଦ୍ଦେଶ ରହିଛି। ଏହା ଫଳରେ ପୁରୀ ସହର ର ଅଧିକାଂଶ ବାସିନ୍ଦା ନିଜର ପଟା ପାଇ ପାରୁ ନାହାନ୍ତି। ମଠ ରୁ ଜମି କିଣି ପୁରୁଷାନୁକ୍ରମିକ ଭାବରେ ରହି ଆସୁଛନ୍ତି ପୁରୀ ବାସିନ୍ଦା। କିନ୍ତୁ ଏବେ ଏହା ଶ୍ରୀଜଗନ୍ନାଥ ମନ୍ଦିର ନାମରେ ହୋଇ ଯାଇ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଜମି ଦଖଲ କରି ଙ୍କୁ ନୂଆ ଦର ଅନୁସାରେ ଜମି ର ଅର୍ଥ ଦେବାକୁ ନୋଟିସ ଦେଇଛି। ଯାହାକି ଅତ୍ୟଧିକ ହୋଇ ଥିବା ହେତୁ ସଧାରଣ ଲୋକେ ଅର୍ଥ ପଇଠ କରିବାରେ ଅସମର୍ଥତା ପ୍ରକାଶ କରୁଛନ୍ତି। ସେହିପରି ପୂର୍ବରୁ ରାଜା ରାଜୁଡ଼ା ଅମଳ ରୁ ଖଜଣା ପଇଠ କରି ଜାଗା କିଣି ଘର କରିଥିଲେ ଲୋକେ। ହେଲେ ହଠାତ ସମସ୍ତ ପଟା କୁ ରଦ୍ଦ କରି ସରକାର ଜମି ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରାଇ ଦେଇ ଛନ୍ତି। ଯାହାକି ସମ୍ପୂର୍ଣ ନିୟମ ବିରୋଧୀ ବୋଲି ଅନୁଷ୍ଠାନ କହିଛି। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ସମସ୍ୟା ବିଷୟ ରେ ପଦକ୍ଷେପ ନ ନିଅନ୍ତି ଅଗାମୀ ଦିନରେ ପୁରୀ ସହର ବାସୀ ରାଜ ରାସ୍ତାକୁ ଓଲ୍ହାଇ ବାକୁ ଚେତାବନୀ ଦେଇଛି ଭୁ ସମ୍ପତି ସୁରକ୍ଷା ପରିଷଦ ପୁରୀ।

ବାଇଟ1,, ପିନକୀ ମିଶ୍ର ,, ପୁରୀ ଏମପି

ବାଇଟ2,, ସୁରେନ୍ଦ୍ର ନାଥ ଦାସ , ଆବାହକ, ଭୁ ସମ୍ପତି ସୁରକ୍ଷା ପରିଷଦConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.