ETV Bharat / state

ଶ୍ରୀମନ୍ଦିରର ଚାରିଦ୍ବାର ଦେଇ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଦାବି - ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଦାବି

ଶ୍ରୀମନ୍ଦିର ସିଂହଦ୍ବାର ସମେତ ଅନ୍ୟ ତିନି ଦ୍ବାର ଦେଇ ପୁରୀବାସୀଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଦାବି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରର ସମସ୍ତ ଦ୍ବାର ଦେଇ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଦାବି

author img

By

Published : Mar 2, 2021, 7:48 PM IST

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମେତ ଅନ୍ୟ ତିନି ଦ୍ବାର ଦେଇ ପୁରୀବାସୀଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କଲେ ବିଧାୟକ ଜୟନ୍ତ ଷଡଙ୍ଗୀ । କୋଭିଡ କଟକଣା କୋହଳ ପରେ ପୂର୍ବ ପରି ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇ ସହରବାସୀଙ୍କୁ ଚାରିଦ୍ବାରରେ ଛାଡିବାକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ଦାବି କରିଛନ୍ତି ।

ଶ୍ରୀମନ୍ଦିରର ସମସ୍ତ ଦ୍ବାର ଦେଇ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଦାବି

ପୁରୀ ପୌରପାଳିକା ଅନ୍ତର୍ଗତ 15ଟି ୱାର୍ଡ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହିଛି । ପ୍ରତିଦିନ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ବଡସିଂହାର ବେଶ ଦର୍ଶନ ପାଇଁ ସହରବାସୀ ଶ୍ରୀମନ୍ଦିର ଯାଇଥାନ୍ତି । ବର୍ତ୍ତମାନ ଦର୍ଶନ ତଥା ମହାପ୍ରସାଦ ପାଇଁ ସେମାନଙ୍କୁ ବୁଲି ବ୍ୟାରିକେଡରେ ଆସି ସିଂହଦ୍ବାର ଦେଇ ପ୍ରବେଶ କରିବାକୁ ପଡୁଛି । ଉଚ୍ଛେଦ କାର୍ଯ୍ୟ ପାଇଁ ବ୍ୟାରିକେଡ ହୋଇଥିବାରୁ ସହରବାସୀଙ୍କ ଯିବାଆସିବା ତଥା ଟ୍ରାଫିକ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।

ଏଣୁ ଜିଲ୍ଲା ତଥା ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଅନ୍ୟ ତିନି ଦ୍ବାର ଦେଇ ସହରବାସୀଙ୍କ ପ୍ରବେଶ ପାଇଁ ଅନୁମତି ଦେବାକୁ ବିଧାୟକ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.