ETV Bharat / state

ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁରୀ ବିଧାୟକ - Puri mla Jayant Sadangi pays homage

ଲଦାଖ ଶହୀଦଙ୍କ ସ୍ମୃତିଚାରଣ କରି ପୁରୀ ଶ୍ରୀମନ୍ଦିରରେ ଏହି ବୀର ଶହୀଦଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ଦେବା ସହ ଦୀପ ଦାନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।

puri
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁରୀ ବିଧାୟକ
author img

By

Published : Jun 17, 2020, 4:47 PM IST

ପୁରୀ: ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ । ଏହି ହିଂସାତ୍ମକ ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ବୀର ଶହୀଦଙ୍କ ସ୍ମୃତିଚାରଣ କରି ପୁରୀ ଶ୍ରୀମନ୍ଦିରରେ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ଦେବା ସହ ଦୀପ ଦାନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଲଦାଖ ନିକଟ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁରୀ ବିଧାୟକ

ଲଦାଖରେ ଭାରତ ଓ ଚୀନା ସୁରକ୍ଷା ବହିନୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଉଭୟ ପକ୍ଷରୁ ସୁରକ୍ଷା ବାହିନୀ ନିହତ ହୋଇଛନ୍ତି। ଚୀନ ସେନାର ଆକ୍ରମଣରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ବିର ଶହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦୀପଦାନ କରିଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାରା ଦେଶବାସୀ ଏକ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସାହସ ଦେବାକୁ ସେ ଆହ୍ୱାନ କରିଛନ୍ତି। ସେହିପରି ଚୀନ ସାମଗ୍ରୀ ସମ୍ପୂର୍ଣ୍ଣ ବର୍ଜନ ପାଇଁ ପୁରୀ ବିଧାୟକ ସାରା ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.