ପୁରୀ: ଚଳିତ ବର୍ଷ ୧୬ତମ ମହୋଦଧି ଆଳତୀ ଶ୍ରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆସନ୍ତା ୧୭ ତାରିଖରେ ଆୟୋଜିତ ହେବ । ଏଥିଲାଗି ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଲୋକମାନେ ଟେଲିଭିଜନ ଓ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ ମାଧ୍ୟମରେ ଦେଖିପାରିବେ ।
କୋଭିଡ କଟକଣା ପାଳନ ପୂର୍ବକ ସର୍ବାଧିକ ୧୦୦ ଜଣଙ୍କ ଉପସ୍ଥିତିରେ ଏହି ବାର୍ଷିକୋତ୍ସବ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ କମ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ମହୋଦଧି ଆଳତୀ ଆୟୋଜନ ହେବ । ଏଥିଲାଗି ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । କୋରୋନା ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଭିନ୍ନ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ ।
ଏହା ବି ପଢନ୍ତୁ: ଆଜି ମହାବାହୁଙ୍କ ନବାଙ୍କ ବେଶ, ଶଙ୍ଖ ଚକ୍ର ଧରି ସଜେଇ ହେବେ ତିନିଠାକୁର
ଯାହାଦ୍ବାରା ଶ୍ରଦ୍ଧାଳୁମାନେ ଘରେ ରହି ଦେଖିବାର ସୁଯୋଗ ପାଇବେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଟି DSP ଜନାର୍ଦ୍ଦନ ପାଢୀ, ମହୋଦଧି ଆରତୀ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ସଂପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ମହାମନ୍ତ୍ରୀ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ