ETV Bharat / state

ଭାଙ୍ଗିଲା ପତିତପାବନ ବାନା ବନ୍ଧା ବାଉଁଶ !

author img

By

Published : May 11, 2021, 7:41 PM IST

ଆଜି ଅପରାହ୍ନରେ ପୁରୀରେ କାଳବୈଶାଖୀ ପ୍ରଭାବ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହାର ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଉଥିବା ପତିତପାବନ ବାନାର ବାଉଁଶଟି ଭାଙ୍ଗି ଯାଇଥିଲା । ଅଧିକ ପଢନ୍ତୁ ...

ଭାଙ୍ଗିଲା ପତିତପାବନ ବାନା ବନ୍ଧା ବାଉଁଶ
ଭାଙ୍ଗିଲା ପତିତପାବନ ବାନା ବନ୍ଧା ବାଉଁଶ

ପୁରୀ: ଆଜି ଅପରାହ୍ନରେ ପୁରୀରେ କାଳ ବୈଶାଖୀ ପ୍ରଭାବ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହାର ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଉଥିବା ପତିତପାବନ ବାନାର ବାଉଁଶଟି ଭାଙ୍ଗି ଯାଇଥିଲା । ହେଲେ ଏହା ନୀଳଚକ୍ରରେ ଲାଗି ରହିଥିବା ହେତୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ହୋଇନାହିଁ ।

ଅନ୍ୟପଟେ ପତିତପାବନ ବାନା ପ୍ରତିଦିନ ବାନ୍ଧୁ ଥିବା ଚୂନରା ସେବାୟତ ଶରତ ମହାନ୍ତିଙ୍କ କହିବା କଥା, ପତିତପାବନ ବାନା ବନ୍ଧା ହେଉଥିବା ବାଉଁଶ ଭାଙ୍ଗି ନାହିଁ । ନୀଳଚକ୍ରରେ ବାଉଁଶ ତଳ ଭାଗ ଭିଡା ଯାଇଥିବା ରସିଟି ଛିଡି ଯାଇଥିଲା । ତେବେ ଉପର ରସିଟି ଥିବାରୁ ନୀଳଚକ୍ରରେ ବାନା ରହିଥିଲା । ତେବେ ଏହା ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି କୌଣସି ବାଧା ହୋଇ ନାହିଁ ।

ସୂଚନା ଅନୁଯାୟୀ ଶ୍ରୀମନ୍ଦିର ନୀଳଚକ୍ରରେ ବାନା କୌଣସି କାରଣରୁ ଉଡି ଗଲେ କିମ୍ବା ଚିରି ଗଲେ ତାହା ସଙ୍ଗେ ସଙ୍ଗେ ବଦଳାଇବାର ପରମ୍ପରା ରହିଛି । ନୀଳଚକ୍ରରେ ବାନା ନଥିଲେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ପାରିବ ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.