ETV Bharat / state

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ ହେଉ: ଦଇତାପତି ନିଯୋଗ - ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ଏକାଧିକ ସେଟ୍‌

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ଲାଗୁ ନେଇ ଦାବି କଲା ଦଇତାପତି ନିଯୋଗ । ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ଏକାଧିକ ସେଟ୍‌ ତିଆରି ପାଇଁ ଦାବି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ୍‌ ଦାବି କଲା ଦଇତାପତି ନିଯୋଗ

author img

By

Published : Jul 5, 2023, 9:45 PM IST

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି । ତେବେ ଯାହା କିଛି ତ୍ରୁଟି ବିଚ୍ୟୁତି ଥିଲା, ତାକୁ ସଂଶୋଧନ କରାଯାଇ ଆସନ୍ତା ବର୍ଷ ଯେଭଳି ଏହି ତ୍ରୁଟି ପୁନରାବୃତ୍ତି ନହୁଏ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହିତ ନିଯୋଗ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଯଥେଷ୍ଟ ଅଧିକ ସଂଖ୍ୟକ ଭକ୍ତ ଆସିଥିବା ଜଣାପଡିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ବଢୁଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଗାମୀ ଦିନରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି ।

ସେହିପରି ଚଳିତବର୍ଷ ରଥ ପହଣ୍ଡିରେ ଅନେକ ଅଣସେବାୟତ ପ୍ରବେଶ କରିଥଲେ । ବାହାରୁ ଅନେକ ପୋଲିସ୍ ଡ୍ୟୁଟିରେ ଥିବାରୁ ଅଣସେବାୟତଙ୍କୁ ଚିହ୍ନଟ କରାଯାଇପାରିଲା ନାହିଁ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଜେଟିପି ମୁତୟନ କରିବାକୁ ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ କିଭଳି ଶାଳୀନତା ଢଙ୍ଗରେ ପୋଷାକ ପିନ୍ଧି ଆସିବେ, ସେ ଦିଗରେ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ନିୟମ ଲାଗୁ କରିବା ପାଇଁ ଦଇତାପତି ନିଯୋଗ ଦାବି କରିଛି । ତେବେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ନିଯୋଗ ପକ୍ଷରୁ କୌଣସି ଦାବି କରାଯାଇ ନାହିଁ । ଏହା କୋର୍ଟରେ ବିଚାରଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ଦଇତାପତି ନିଯୋଗ । ମହାପ୍ରଭୁ ଇଛା ହେଲେ ସରକାର ଏହା ଖୋଲିବାରେ ସକ୍ଷମ ହେବେ ବୋଲି ଦଇତାପତି ନିଯୋଗ ମତ ରଖିଛି । ତେବେ ରତ୍ନ ଭଣ୍ଡାର ମରାମତି ହେବା ଆବଶ୍ୟକ ବୋଲି ଦଇତାପତି ନିଯୋଗ ସମ୍ପାଦକ କହିଛନ୍ତି ।

ସେହିପରି ମହାପ୍ରଭୁଙ୍କ ଅନେକ ସ୍ଵର୍ଣ୍ଣ ଆଭୂଷଣ ଭାଙ୍ଗିରୁଜି ଗଲାଣି । ମହାପ୍ରଭୁଙ୍କ ପାଇଁ ସ୍ବର୍ଣ୍ଣ ଆଭୂଷଣ ୨ରୁ ୩ଟି ସେଟ୍ କରିବାକୁ ଦଇତାପତି ନିଯୋଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଦାତା ଅନେକ ଥିବାବେଳେ ସରକାର ଏ ଦିଗରେ କାର୍ଯ୍ୟ କରିବାକୁ ନିଯୋଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ବିଳମ୍ବ ହେବାରେ ବିଳମ୍ବିତ ନୀତିକୁ ଦାୟୀ କରିଛନ୍ତି ଦଇତାପତି ନିଯୋଗ । ତେବେ ନୀତି ବିଳମ୍ବ ହୋଇଥିଲେ ମଧ୍ୟ ଏନେଇ କୌଣସି ଅସୁବିଧା ନଥିବା ନିଯୋଗର ସମ୍ପାଦକ କହିଛନ୍ତି । ସେହିପରି ଶୃଙ୍ଖଳିତ ବାହୁଡ଼ା ଯାତ୍ରା, ସୁନାବେଶ, ଅଧର ନୀତି, ନୀଳାଦ୍ରି ବିଜେ ନୀତି ପାଇଁ ଭକ୍ତଙ୍କ ପାଇଁ ଦର୍ଶନରେ କିଛି କଟକଣା ଲଗାଯାଇଥିଲା । ନହେଲେ ନୀତିରେ ବିଭ୍ରାଟ ହୋଇଥାନ୍ତା । ତେବେ ଚଳିତ ବର୍ଷ ରଥଯାତ୍ରା ସଫଳ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଭକ୍ତ ଓ ଗଣମାଧ୍ୟମର ସହଯୋଗକୁ ଦଇତାପତି ନିଯୋଗ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.