ଭୁବନେଶ୍ବର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ଗିନିଜ୍ ୱାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର 28 ବର୍ଷୀୟ କମଳାକାନ୍ତ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦୂରତା wheel ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱାର୍ଲଡ ରେକର୍ଡ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ । ଆଜି ରାଜମହଲ ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଥିବା ସାଇକେଲ ଟ୍ରାକରେ କମଳାକାନ୍ତ ଅଭିଯାନ ଆରମ୍ଭ କରିଛନ୍ତି ।
ଏହି ଟ୍ରାକରେ ହୁଇଲ ଚେୟାର ମାଧ୍ୟମରେ ସେ ୨୦୦ କିଲୋମିଟର ଅତିକ୍ରମ କରି ରେକର୍ଡ କରିବେ । ଏହା ପୂର୍ବରୁ ଏକ ସ୍ବତନ୍ତ୍ର ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା ଓ ଅଭିନେତା ସବ୍ୟସାଚୀ ମିଶ୍ର କମଳାକାନ୍ତଙ୍କ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଅନେକ ରେକର୍ଡ ମଧ୍ୟ ହାସଲ କରିସାରିଛନ୍ତି କମଳାକାନ୍ତ । କମଳାକାନ୍ତଙ୍କ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ, ବେଟର ଲାଇଫ ଫାଉଣ୍ଡେସନ ସହଯୋଗ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ