ETV Bharat / state

ରସିକିଆ ଇଂରାଜୀ ଅଧ୍ୟାପକ, ପାଠପଢା ଛାଡି ବାକି ସବୁ ଆଲୋଚନା ଅଭିଯୋଗ - ରସିକିଆ ଇଂରାଜୀ ଅଧ୍ୟାପକ

Allegation against English lecturer: ପୁରୀ ସରକାରୀ ମହିଳା କଲେଜର ଇଂରାଜୀ ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଆପତ୍ତିଜନକ ବିଷୟରେ ଅଧ୍ୟାପକ କଥା ହେଉଥିବା ନେଇ ଆସିଲା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 9, 2024, 5:10 PM IST

ଭୁବନେଶ୍ବର: ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ରସିକିଆ ଅଧ୍ୟାପକ କେବଳ ଇଂରାଜୀ ପାଠପଢା ଛାଡି ବାକି ସବୁ ପଢାନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ସରକାରୀ ମହିଳା କଲେଜର ଇଂରାଜୀ ଅଧ୍ୟାପକଙ୍କ ବିରୋଧରେ । କ୍ଲାସ ରୁମରେ ପାଠ ପଢ଼ାଇବା ସମୟରେ ବ୍ୟକ୍ତିଗତ ଓ ଆପତ୍ତିଜନକ ବିଷୟରେ କହୁଛନ୍ତି ଅଧ୍ୟାପକ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରସିକିଆ ଇଂରାଜୀ ଅଧ୍ୟାପକ
ରସିକିଆ ଇଂରାଜୀ ଅଧ୍ୟାପକ

ଏହି ଅଧ୍ୟାପକ ଜଣକ କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ପ୍ରସଙ୍ଗରେ ଆଲୋଚନା କରୁଥିବା ଅଭିଯୋଗ ହୋଇଛି । କ୍ଲାସ ରୁମରେ ପାଠ ପଢ଼ାଇବା ବଦଳରେ ବ୍ୟକ୍ତିଗତ ଓ ଆପତ୍ତିଜନକ ବିଷୟରେ କହୁଛନ୍ତି ଅଧ୍ୟାପକ । ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ ଆଣିଥିବା ବେଳେ ଏହା ଉଚ୍ଚ ଶିକ୍ଷା ବିଭାଗ ନିକଟରେ ପହଞ୍ଚିଥିଲା । ତେବେ ଏନେଇ ଉଚ୍ଚ ଶିକ୍ଷା ବିଭାଗ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ 7 ଦିନ ମଧ୍ୟରେ ତଦନ୍ତର ରିପୋର୍ଟ ଦେବା ପାଇଁ ମଧ୍ୟ କଲେଜର ଅଧକ୍ଷ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରସିକିଆ ଇଂରାଜୀ ଅଧ୍ୟାପକ
ରସିକିଆ ଇଂରାଜୀ ଅଧ୍ୟାପକ

କଣ ରହିଛି ଅଭିଯୋଗ ? :- ଯୁକ୍ତ ତିନିର ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, "ଇଂରାଜୀ ବିଭାଗର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ କ୍ଲାସ ରୁମ ମଧ୍ୟରେ ପାଠପଢା ଛାଡି ପିଲାମାନଙ୍କୁ ନିଜର କ୍ଷମତା, ସ୍ଥିତି, ପରିବାର, କଲେଜ ପ୍ରସଙ୍ଗ ସହ ଆଉ କିଛି ଅନାବଶ୍ୟକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରୁଛନ୍ତି । ଛାତ୍ରୀମାନେ କିପରି ଦେଖାଯିବା ଦରକାର । କାହିଁକି ସ୍ମାର୍ଟ ହେଉନାହାନ୍ତି । ନିଜର ବୟସ କେତେ ? " ଏଭଳି ଅନେକ ଅନାବଶ୍ୟକ କଥା କ୍ଲାସରୁମରେ ପିଲାମାନଙ୍କୁ ପଚାରୁଥିବା ନେଇ ଅଭିଯୋଗ କରାଯାଇଛି ।

ଏହା ବି ପଢନ୍ତୁ- ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ପ୍ରେମ ନିବେଦନ, ରସିକିଆ ମାଷ୍ଟର ଗିରଫ

ତେବେ ବିଭିନ୍ନ କ୍ଳାସରୁମରେ ଛାତ୍ରୀମାନଙ୍କୁ ବିଭିନ୍ନ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି । " ଯେପରି ଶାଶୁ ଘର ଲୋକ ଦେଖିବାକୁ ଆସିଲେଣି କି ନାହିଁ ? ଭାତ ରନ୍ଧା ଜାଣିଛ କି ନାହିଁ ?" ଛାତ୍ରୀମାନେ କହିଛନ୍ତି ଅଧ୍ୟାପକ ଜଣକ ସେମାନଙ୍କୁ କହୁଛନ୍ତି, " ମୁଁ ଦେଖାଯାଉଛି ସିନା ଏମିତି। କିନ୍ତୁ ମୋତେ ଭାବିବନି ଯେ ମୁଁ କିଛି ଜାଣିପାରୁନି ବୋଲି । ମୂଳରୁ ପୋଛିଦେବୀ ତମମାନଙ୍କୁ ମୋ ସହ ପଙ୍ଗା ନେଲେ । ଏପରିକି ଟିଭିରେ କେଉଁ ହିରୋଇନର ଗୀତ ଦେଖିକି ଆସିଛ ?" ଏ ସମ୍ପର୍କରେ ମଧ୍ୟ କ୍ଳାସ ରୁମରେ ଆଲୋଚନା କରୁଥିବା କଲେଜର ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.