ETV Bharat / state

ଭାଇରାଲ ହେଉଛି ଜୁଆ ଖେଳ ଭିଡ଼ିଓ

author img

By

Published : Oct 30, 2020, 6:54 PM IST

ପୁରୀ ସହର ସମେତ ଉପକଣ୍ଠ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ। ଏମିତି ଏକ ଜୁଆ ଖେଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ...

ଭାଇରାଲ ହେଉଛି ଜୁଆ ଖେଳ ଭିଡ଼ିଓ
ଭାଇରାଲ ହେଉଛି ଜୁଆ ଖେଳ ଭିଡ଼ିଓ

ପୁରୀ: ବେଧଡ଼କ ଚାଲିଛି ଜୁଆ ଖେଳ । ପୁରୀ ସହର ସମେତ ଉପକଣ୍ଠ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ। ହେଲେ ପୋଲିସ କିନ୍ତୁ ଏହାର ଟେର ପାଉନାହିଁ। ଏମିତି ଏକ ଜୁଆ ଖେଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ପୋଲାଙ୍ଗତୋଟା ପଡିଆରେ ଜମୁଛି ଜୁଆଡିଙ୍କ ଆଡ୍ଡା। ସନ୍ଧ୍ୟା ହେଲେ ପାଲିରେ ପକାଯାଉଛି ଲକ୍ଷ ଲକ୍ଷ ଟଙ୍କା। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଛି ଜୁଆ ଖେଳ ଭିଡ଼ିଓ

ଜଣେ ନୁହେଁ କି ଦୁଇଜଣ ନୁହେଁ ପ୍ରାୟ ୫୦ ରୁ ଅଧିକ ଜୁଆଡି ଏହି ଜୁଆ ଖେଳରେ ସାମିଲ ଥିବା ଦେଖିବାକୁ ମିଳିଛି। ଚାରଟି ଡିବି ଆଲୁଅରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଜୁଆ ଆଡ୍ଡା ଚାଲୁଥିବା ଦେଖିବାକୁ ମିଳିଛି।

ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି ଜୁଆ ଆଡ୍ଡାରେ ସାମିଲ ଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ମୁହଁ ଖୋଲୁ ନାହାନ୍ତି। ସେପଟେ ଚନ୍ଦନପୁର ଥାନା ପାଖରେ ଏ ନେଇ ଖବର ଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ତୁରନ୍ତ ଏହି ଜୁଆ ଆଡ୍ଡା ବନ୍ଦ କରିବା ସହ ଜୁଆଡିଙ୍କ ବିରୋଧରେ ପୁରୀ ଏସପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.