ETV Bharat / state

OAS ହେଲେ ସେବାୟତ ପରିବାରର ଦାୟାଦ, ୨ କୃତିଙ୍କୁ ସମ୍ବର୍ଦ୍ଧିତ କଲେ ଗଜପତି

author img

By

Published : Aug 5, 2023, 10:46 PM IST

୨୦୨୧ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେବାୟତଙ୍କ ପରିବାରରୁ ଦୁଇ ଜଣ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ଗଜପତି ମହାରାଜା ଏହି ଦୁଇ ସେବାୟତ ପରିବାରର ଦାୟଦଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ocs 2021 result
୨୦୨୧ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳାଫଳ

କଟକ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ହୋଇ ସାରିଛି । ଏହି ପରୀକ୍ଷାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେବାୟତଙ୍କ ପରିବାରରୁ ଦୁଇ ଜଣ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଛନ୍ତି । ସୂପକାର ସେବକ ରାମଚନ୍ଦ୍ର ସୁଆରଙ୍କ ଝିଅ ସ୍ଵାତୀସ୍ନିଗ୍ଧା ସୁଆର 51 ରାଙ୍କ ହାସଲ କରିଥିବା ବେଳେ ପାଟରା ସେବକ ସ୍ବର୍ଗତ ଦେବେନ୍ଦ୍ର ନାଥ ସାହୁଙ୍କ ପୁଅ ଆଶୁତୋଶ ସାହୁ 158 ରାଙ୍କ ହାସଲ କରିଛନ୍ତି । ଏହି ସଫଳତା ପାଇଁ ସେବାୟତଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ଗଜପତି ମହାରାଜା ଏହି ଦୁଇ ସେବାୟତ ପରିବାରର ଦାୟଦଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ଏବଂ ତାଙ୍କର ଉନ୍ନତି କାମନା କରିଛନ୍ତି ।

ସୁଆର ସେବାୟତ ପରିବାରର ଝିଅ ସ୍ଵାତୀ ଏହି ସଫଳତା ପାଇଁ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି । ସେହିପରି ତାଙ୍କ ପରିବାର ଲୋକଙ୍କୁ ମଧ୍ଯ ସଫଳତାର ଶ୍ରେୟ ଦେଇଛନ୍ତି । ତେବେ ସ୍ଵାତୀ ଏହା ପୂର୍ବରୁ Odisha Information Serviceରେ ଏକ ନମ୍ୱର ସ୍ଥାନ ପାଇ କୃତକାର୍ଯ୍ୟ ହୋଇ ଚାକିରିରେ ଯୋଗ ଦେଇଥିଲେ । ତେବେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ସେ କଠିନ ପରିଶ୍ରମ କରି ସଫଳତା ପାଇ ଥିବାରୁ ବେଶ ଖୁସି ଥିବା କହିଛନ୍ତି । ସ୍ଵାତୀ ସେବାୟତ ପରିବାରରେ ପ୍ରଥମ ମହିଳା ଯିଏ କି ଏହି ସଫଳତା ପାଇଛନ୍ତି । ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି । ଶିକ୍ଷାକୁ ଗୁରୁତ୍ବ ଦେଇ ସେ କହିଛନ୍ତି,"ସାଧାରଣତଃ ସେବାୟତ ପରିବାର ଅତ୍ୟନ୍ତ ରକ୍ଷଣଶୀଳ । ଝିଅମାନେ ବେଶି ଶିକ୍ଷା ଗ୍ରହଣ କରି ନଥାନ୍ତି । ତେବେ ଯୁଗ ବଦଳିବା ସହ ସେବାୟତ ପାରିବାର ଝିଅଙ୍କୁ ଅଧିକ ପାଠ ପଢିବା ସୁଜୋଗ ମିଳିବା ଉଚିତ । ଏଥି ସହିତ ସେବାୟତ ଘର ପିଲା ମାନେ ଉଚ୍ଚ ଶିକ୍ଷା ଲାଭ କରିବା ଉଚିତ। ଶିକ୍ଷା ହିଁ ମଣିଷର ବିକାଶ କରିଥାଏ । ଏଣୁ ପ୍ରତ୍ୟେକ ସେବାୟତ ଘରର ପିଲା ପାଠପଢା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ମହାପ୍ରଭୁ ଲୋକଙ୍କ ସେବା ପାଇଁ ଏହି ସୁଜୋଗ ଦେଇଛନ୍ତି । ଏଣୁ ଲୋକଙ୍କ ପାଇଁ କିଛି ଭଲ କାମ କରିବା ମୁଖ୍ୟ ଲକ୍ଷ୍ୟ ।"

ଏହା ମଧ୍ୟ ପଢ଼ନ୍ତୁ: ପଙ୍କରୁ ପଦ୍ମ, OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋଟିଆର କୃତି ଛାତ୍ର ସୌରଭ

ସେପଟେ ପାଟରା ସେବାୟତ ସ୍ବର୍ଗତ ଦେବେନ୍ଦ୍ର ନାଥ ସାହୁଙ୍କ ପୁଅ ଆଶୁତୋଷ ସାହୁ 158 ରାଙ୍କ ରଖି ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛାର ସୁଅ ଛୁଟିଛି । 2020ରୁ ଆଶୁତୋଷ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଦ୍ଵିତୀୟ ପ୍ରଚେଷ୍ଟାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସହିତ ତାଙ୍କ ବାପାଙ୍କ ପ୍ରେରଣା ଥିବା ଆଶୁତୋଷ କହିଛନ୍ତି । ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ । ତେବେ ସେ ଆଇଏଏସ ପାଇଁ ପ୍ରସ୍ତୁତି କରୁଛନ୍ତି । ଗତ 2019ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ତାଙ୍କର ଦୋକାନ ଘର ଉଚ୍ଛେଦ କରାଯାଇଥିଲା । ତାଙ୍କ ପରିବାର କିଭଳି ଚଳିବ ସେନେଇ ତାଙ୍କ ବାପା ଚିନ୍ତିତ ହୋଇ ପଡ଼ିଥିଲେ । ଦୋକାନ ଘର ଉଚ୍ଛେଦ ପରେ ସେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥଲେ । ପ୍ରଥମ ପ୍ରଚେଷ୍ଟାରେ ସେ ବିଫଳ ହୋଇଥିଲେ । ହେଲେ ଆଶୁତୋଷ ଏଥିରେ ହତାଶ ନ ହୋଇ ପୁଣି ପ୍ରସ୍ତୁତିରେ ଲାଗିପଡିଲେ । ପରେ ଦ୍ୱିତୀୟ ପ୍ରଚେଷ୍ଟାରେ ସଫଳତା ପାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.