ETV Bharat / state

ଅବକାରୀ ବିଭାଗର ଚଢାଉ, 11 ଶହ ଲିଟର ମଦ ପୋଚ ନଷ୍ଟ - ଦେଶୀ ମଦ

ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି(ରବିବାର) ପୁରୀ ସଦର ଥାନା ବାରବାଟୀ ବନ୍ଧ ଅଞ୍ଚଳରେ ଚଢ଼ାଉ କରାଯାଇଛି।

11 ଶହ ଲିଟର ମଦ ପୋଚ ନଷ୍ଟ
11 ଶହ ଲିଟର ମଦ ପୋଚ ନଷ୍ଟ
author img

By

Published : Feb 21, 2021, 8:10 PM IST

ପୁରୀ: ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ଦେଶୀ ମଦ ପ୍ରସ୍ତୁତି ପାଇଁ ଥିବା ପୋଚ ଜବତ । ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି(ରବିବାର) ପୁରୀ ସଦର ଥାନା ବାରବାଟୀ ବନ୍ଧ ଅଞ୍ଚଳରେ ଚଢ଼ାଉ କରାଯାଇଛି।

11 ଶହ ଲିଟର ମଦ ପୋଚ ନଷ୍ଟ

ଏହି ଚଢାଉରେ ବିପୁଳ ପରିମାଣର ଦେଶୀ ମଦ ପ୍ରସ୍ତୁତି ପାଇଁ ଥିବା ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ପାଖାପାଖି 11ଶହ ଲିଟର ମଦ ପୋଚ ନଷ୍ଟ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ଏହି ଚଢଉ କରିଥିଲା। ଏଗୁଡିକ ଏକ ନାଳରେ ଲୁଚାଇ ରଖାଯାଇଥିଲା। ତେବେ ଏହା ପଛରେ କାହାର ହାତ ରହିଛି, ସେନେଇ ଅବକାରୀ ବିଭାଗ ତଦନ୍ତ କରୁଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି।

ଅଗାମୀ ଦିନରେ ବେଆଇନ ମଦ କାରବାର ଉପରେ ଆହୁରି ଜୋରଦାର ଚଢାଉ କରାଯିବ ବୋଲି ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.