ETV Bharat / state

ପବିତ୍ର ଦୋଳ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଶ୍ରୀଜିଉଙ୍କର ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ଆସିଥିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଅବିର ଖେଳନ୍ତି । ଆଜି ଦୋଳବେଦୀରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ରାଜା ବେଶ ବା ସୁନା ବେଶରେ ଦର୍ଶନ ଦିଅନ୍ତି ।

author img

By

Published : Mar 22, 2019, 12:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀଜିଉଙ୍କର ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ଆସିଥିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଅବିର ଖେଳନ୍ତି । ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ରାଜା ବେଶ ବା ସୁନା ବେଶରେ ଦର୍ଶନ ଦିଅନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟାନ୍ୟ ନୀତି ସରିବା ପରେ ଶ୍ରୀଜୀଉଙ୍କର ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଶ୍ରୀମନ୍ଦିରରୁ ବିମାନରେ ଆସି ଦୋଳବେଦୀ ଉପରେ ବିରାଜ ହୋଇଥିଲେ। ଆଉ ଏହି ଦୋଳବେଦୀରେ ହୋଲି ଖେଳିଥିଲେ ମହାପ୍ରଭୁ । ସଂକୀର୍ତନର ତାଳେ ତାଳେ ଭକ୍ତ ମାନେ ଶ୍ରୀଜୀଉଙ୍କୁ ଦୋଳବେଦୀ ଚତୁଃର୍ପାଶ୍ୱରେ 7 ଘେରା ବୁଲାଇବା ସହ ଫଗୁରେ ଭଗବାନଙ୍କ ସହିତ ରଙ୍ଗ ଖେଳନ୍ତି । ଏହି ଅବସରରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ । ଭକ୍ତ ଓ ସେବାୟତଙ୍କ ସହ ଶ୍ରୀଜୀଉ ହୋଲି ଉତ୍ସଵ ପାଳନ କରନ୍ତି ।

ଫଗୁ ଖେଳ ପରେ ପରମ୍ପରା ଅନୁସାରେ ଚଳନ୍ତି ପ୍ରତିମା ଗୁଡିକୁ ଦୋଳବେଦୀରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଏ । ବହୁ ସଂଖ୍ୟାରେ ଦର୍ଶନାର୍ଥୀ ଓ ଭକ୍ତ ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିଥିଲେ । ଏହା ଛଡା ଆଜି ଶ୍ରୀମନ୍ଦିରରେ ମଧ୍ୟ ତିନି ଠାକୁରଙ୍କ ରାଜାଧିରାଜ ବେଶରେ ସଜ୍ଜିତ କରାଯାଇଥିବାବେଳେ ଭକ୍ତମାନେ ଏହି ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ବେଶ ଭିଡ ଜମାଇଥିବା ଲକ୍ଷ କରାଯାଇଥିଲା |

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.