ପୁରୀ : ଜିଲ୍ଲା ଫାର୍ମାସିଷ୍ଟ ସଂଘକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି କଳାବ୍ୟାଚ ପିନ୍ଧିଛନ୍ତି ଫାର୍ମାସିଷ୍ଟମାନେ। କୋଭିଡ ସମୟରେ କର୍ମଚାରୀମାନେ ଜୀବନକୁ ବିପନ୍ନ କରି କାର୍ଯ୍ୟ କରିଆସୁଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷପ ନେଉ ନଥିବା ଅଭିଯୋଗ କରିଛି ସଂଘ । ଫାର୍ମାସିଷ୍ଟ ସଂଘ ତରଫରୁ କଳା ବ୍ୟାଚ ପରିଧାନ କରି କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ବହୁ କାର୍ଯ୍ୟରେ ବ୍ୟାଘାତ ଉପୁଜିଛି ।
୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟ ଫାର୍ମାସିଷ୍ଟମାନଙ୍କ ପଦନ୍ନୋତି ପାଇଁ ନିର୍ଦ୍ଦେଶ ମିଳିଥିଲା । କିନ୍ତୁ ଉକ୍ତ ନିର୍ଦ୍ଦେଶ ଠିକ ରେ ଏହା ଲାଗୁ କରାଯାଇ ପାରିଲା ନାହିଁ । ସଂଘ ଏହାକୁ ପ୍ରତିବାଦ କରିଛି । ୨୦୧୮ ପର୍ଯ୍ୟନ୍ତ ଧର୍ମଘଟ ପରେ ଆରମ୍ଭ ହୋଇଥିବା କ୍ୟାଡର ପୁନର୍ଗଠନ ଅଧାରେ ରହିଛି । ୨୦୨୦ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅର୍ଥ ବିଭାଗର ନିରୀକ୍ଷଣ ପାଇଁ ପଠାଯାଇଛି ।
କୌଣସି ବୈଠକରେ ସଙ୍ଘକୁ ସାମିଲ କରାଯାଇନାହିଁ । ଏହାକୁ ନେଇ ଫାର୍ମାସିଷ୍ଟ ସଂଘ ଦୃଢ ପ୍ରତିବାଦ କରିଛି । କଳା ବ୍ୟାଚ ପରିଧାନ କରି ନିମାପଡା ଫାର୍ମାଶିଷ୍ଟ ସଂଘ କାର୍ଯ୍ୟ କରୁଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରିଛି ସଂଘ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ