ETV Bharat / state

ଶ୍ରୀମନ୍ଦିର ଜମି ଅଧିଗ୍ରହଣ ଆରମ୍ଭ, ବାସହରାଙ୍କୁ ମିଳିଲା କ୍ଷତିପୂରଣ

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ 75 ମିଟର ବ୍ୟାସାର୍ଦ୍ଧ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବିନା କେଁ କାଢି ଆଗୁଆ ଜମି ହସ୍ତାନ୍ତରଣ କରିଥିବା ବାସେଳୀ ସାହି ଓ ମଣିକର୍ଣ୍ଣିକା ସାହିର 5 ପରିବାରଙ୍କୁ 8 କୋଟି 74 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Oct 22, 2019, 4:37 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଏହି ଜୋନ ଭିତରେ ଆସୁଥିବା ବାସେଳୀ ସାହି ଓ ମଣି କର୍ଣ୍ଣିକା ସାହିର 5 ପରିବାର ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି । କ୍ଷତିପୂରଣ ବାବଦରେ ଏମାନଙ୍କୁ 8 କୋଟି 74 ଲକ୍ଷ ଟଙ୍କା ଦିଆଯାଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ପରିବାର ଆଗୁଆ ଜମି ହସ୍ତାନ୍ତର କରିଥିବାରୁ ସେମାନଙ୍କୁ ସରକାରୀ ନିୟମ ମୁତାବକ 10 ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ସର୍ଭେ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟ ବ୍ୟକ୍ତି ମାନେ ମଧ୍ୟ ଏଥିପାଇଁ ସହଯୋଗ କରିବେ ବୋଲି ପ୍ରଶାସନ ଆଶାପ୍ରକାଶ କରିଛି।

ଏଥିଲାଗି 2 ସାହିର ପ୍ରାୟ 30 ପରିବାର ଆଗୁଆ ଜମି ହସ୍ତାନ୍ତର କରିବାକୁ ଆବେଦନ କରିଛନ୍ତି। ଏହାକୁ ଦେଖିବାକୁ ଗଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଧିଗ୍ରହଣ ସୁରୁଖୁରୁରେ ହେବା ନେଇ ଆଶା ରହିଛି । ଏପରେ ଶୃଙ୍ଖଳିତ ଭାବେ କାମ ସାରିବାକୁ ସରକାରଙ୍କ ପକ୍ଷରୁ 5 ଆଇଏଏସ ଅଫିସର ସର୍ଭେ କାମରେ ନିୟୋଜିତ । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ କମ ଦିନ ଭିତରେ ସଫଳ ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟାBody:ଶ୍ରୀମନ୍ଦିର ସୁରକ୍ଷା ଯୋନ ପାଇଁ 75 ମିଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଯୋନ ଭିତରେ ଆସୁଥିବା ବାସେଳୀ ସାହି ଓ ମଣି କାର୍ଣ୍ଣକା ସାହି ର 5 ପରିବାର ପ୍ରଶାସନ କୁ ଜମି ହସ୍ତାନ୍ତର କରିଛନ୍ତି। କ୍ଷତି ପୂରଣ ବାବଦରେ ଏହି 5 ପରିବାର କୁ 8 କୋଟି 74 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ପରିବାର ଆଗୁଆ ଜମି ହସ୍ତାନ୍ତର କରିଥିବା ରୁ ସେମାନଙ୍କୁ ସରକାରୀ ନିୟମ ମୁତାବକ 10 ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସର୍ଭେ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଅନ୍ୟ ବ୍ୟକ୍ତି ମାନେ ମଧ୍ୟ ପ୍ରଶାସନ କୁ ସହଯୋଗ କରିବେ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ତେବେ ଦୁଇ ସାହିର ପ୍ରାୟ 30 ପରିବାର ଆଗୁଆ ଜମି ହସ୍ତାନ୍ତର କରିବାକୁ ଆବେଦନ କରିଛନ୍ତି। ଶ୍ରୀମନ୍ଦିର ଚତୁର୍ପର୍ଶ୍ୱ ଅଧିଗ୍ରହଣ ସୁରୁଖୁରୁରେ ହେବ ବୋଲୀ ଆଶା କରାଯାଉଛି। ସରକାର ଙ୍କ ପକ୍ଷରୁ 5 ଜଣ ଆଇ ଏ ଏସ ଅଫିସର ସର୍ଭେ କାମରେ ନିୟୋଜିତ ଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟା କୁ କମ ଦିନ ଭିତରେ ସଫଳ ହେବ ବୋଲୀ ପୁରୀ ଉପ ଜିଲ୍ଲାପାଳ କହିଛନ୍ତି।

ବାଇଟ,, ଭଵ ତରଣ ସାହୁ, ଉପ ଜିଲ୍ଲାପାଳ,, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.