ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ କୋରୋନା କଟକଣା । ପୁରୀ ସମୁଦ୍ର ସମେତ ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ ଉତ୍ସବ ନେଇ କଟକଣା ଜାରି କରାଯାଇଛି ।
ସାମ୍ପ୍ରତିକ କୋରୋନା ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ସୋମବାର କାର୍ତ୍ତିକ ପୂୂର୍ଣ୍ଣିମା ଅବସରରେ ପୁରୀର ସମୁଦ୍ର ତଟ , ତୀର୍ଥ ପୁଷ୍କରଣୀ ଏବଂ ଅନ୍ୟାନ୍ୟ ଜଳାଶୟ ଆଦିରେ ଏକତ୍ରିତ ହେବା କିମ୍ବା ବୋଇତ ବନ୍ଦାଣ ଉପରେ କଟକଣା ଜାରି କରାଯାଇଛି । କୋରୋନା ମୁକାବିଲାରେ ଜନସାଧରଣଙ୍କ ସହଯୋଗ ଏକାନ୍ତକାମ୍ୟ ନେଇ ପୁରୀ ଉପଜିଲ୍ଲାପାଳ ନିବେଦନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ